ଅପହରଣ ଓ ମିସିଂ ହୋଇଥିବା ପୁରୁଣା କେସର ଫାଇଲ ଖୋଲିବ କମିଶନରେଟ ପୋଲିସ

କମିଶନରେଟ ପୋଲିସ ଗଠନ ଦିନଠାରୁ ଅପହରଣ ଓ ମିସିଂ ହୋଇଥିବା ମାମଲା ଗୁଡିକ ରିଓପନ କରିବ ପୋଲିସ । ଏଥିପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ସେଲ । ଜଣେ ଏସିପିଙ୍କୁ ଦିଆଯାଇଛି ଦାୟିତ୍ୱ । ଗତ ୧୨ ବର୍ଷ ଧରି ପଡି ରହିଥିବା ମାମଲା ଗୁଡିକର ତାଲିକା ପ୍ରସ୍ତୁତ କରି ତଦନ୍ତ କରିବ ପୋଲିସ । କମିଶରେଟ ପୋଲିସର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ପୁର୍ବତନ ପୋଲିସ ଡିଜି । ଫୋକସ୍ ରେ ନାବାଳିକା ଅପହରଣ , ଚିହ୍ନଟ ହୋଇନଥିବା ମୃତ ଦେହ  ଓ ଅପହରଣ ମାମଲା ଗୁଡିକର ତଦନ୍ତ କରିବ ସେଲ ।  କମିଶନରେଟ ପୋଲିସ ଗଠନ ଦିନ ଠାରୁ ପଡି ରହିଥିବା ମାମଲା ଗୁଡିକୁ ତଦନ୍ତ କରିବ ଏହି ଟିମ୍ । କମିଶନରେଟ ପୋଲିସର ତଥ୍ୟ ଅନୁସାରେ କମିଶନରେଟ ପୋଲିସ ଗଠନ ହେବା ଦିନଠୁ ରାଜଧାନୀର ବିଭିନ୍ନ ଥାନାରେ ୮ଶହ ନାବାଳିକା ମାମଲା ପେଡିଂ ଅଛି । ସେଥି ମଧ୍ୟରୁ ୩୦ଜଣଙ୍କୁ ଉଦ୍ଧାର କରିଛି ଏହି ଟିମ୍ । ସେହିଭଳି ୫ଶହ ରୁ ଅଧିକ ମିସିଂ ରିପୋର୍ଟ ରହିଛି । ଏବେ ଏହା ପରିକ୍ଷା ମୂଳକ ଭାବେ କାର‌୍ୟ୍ୟ କରୁଥିବାର କହିଛନ୍ତି ଭୁବନେଶ୍ୱର ଡିସିପି । ତଦନ୍ତ ବେଳେ ଜଣାପଡିଛି, ନାବଳିକା ଅପହରଣ  ମାମଲା ଗୁଡିକ ଯୋଗାଯୋଗ କରିବା ପରେ ଜଣା ପଡିଛି ନାବାଳିକା ମାନେ ସ୍ୱ ଇଚ୍ଛାରେ ଯାଇଛନ୍ତି । ବିଶେଷ କରି ୧୬ରୁ ୧୭ ବର୍ଷ ନାବାଳିକା ମାନେ ଅପହରଣ ଥିବା ଜଣା ପଡିଛି । ତେଣୁ ଆଗକୁ ସ୍କୁଲ କଲେଜ ଗୁଡିକରେ ପୋଲିସ ସଚେତନ କରିବ । ସେପଟେ ପୋଲିସର ଏଭଳି ଯୋଜନାକୁ ସ୍ୱାଗତ କରିଛନ୍ତି ପୁର୍ବତନ ପୋଲିସ ଡିଜି ।

Leave A Reply

Your email address will not be published.