ବିନା ସ୍ଲଟ୍ ବୁକିଂରେ ଭୁବନେଶ୍ୱରରେ ୪୫ ବର୍ଷରୁ ଅଧିକ ବୟସ୍କ ନେଇପାରିବେ କରୋନାର ଦ୍ୱିତୀୟ ଡୋଜ୍

fulbani poura parisada

କରୋନା ଟିକାକରଣ ବେଳେ ପ୍ରଥମ ଡ଼ୋଜ୍ ନେଇଯାଇଥିବା ୪୫ ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକମାନେ ଆଉ ଦ୍ୱିତୀୟ ଡ଼ୋଜ୍ ଟିକାନେବା ପାଇଁ ଆଉ ଅପେକ୍ଷା କରି ରହିବେ ନାହିଁ । ସେମାନଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନେ ଯେଉଁ ସେଣ୍ଟରରେ ପ୍ରଥମ ଡୋଜ୍ ନେଇଥିଲେ ସେଠାରେ ପ୍ରଥମ ଡୋଜ୍ ଟିକାର ପ୍ରୋଭିଜିନାଲ୍ ସାର୍ଟିଫିକେଟ ଦେଖାଇ ଦ୍ୱିତୀୟ ଡୋଜ୍ ଟିକା ନେଇ ପାରିବେ । ଆଜିଠାରୁ ପ୍ରତିଦିନ ଅପରାହ୍ମ ୩ଟରୁ ୬ଟା ଭିତରେ ସେମାନେ ନିର୍ଦ୍ଦିଷ୍ଟ ଟିକାଦାନ କେନ୍ଦ୍ରରୁ ଦ୍ୱିତୀୟ ଡୋଜ୍ ଟିକା ନେଇପାରିବେ । ଏଥିପାଇଁ ପ୍ରଥମ ଡୋଜ୍ ଟିକାର ପ୍ରୋଭିଜିନାଲ୍ ସାର୍ଟିଫିକେଟ ସାଙ୍ଗରେ ଆଣିବାକୁ ପଡ଼ିବ । ପୂର୍ବରୁ ଭୁବନେଶ୍ୱର ଯାତ୍ରୀ ନିବାସରେ ଥିବା ଟିକାଦାନ କେନ୍ଦ୍ର ବୁଦ୍ଧେଶ୍ୱରୀ କମ୍ୟୁନିଟି ସେଣ୍ଟର ଓ ତାରାପନ୍ଥ ଭବନରେ ଥିବା ଟିକାଦାନ କେନ୍ଦ୍ର ୟୁନିଟ୍-୧ ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି ।

057 code kasam
Leave A Reply

Your email address will not be published.