ନୂଆ ନିୟମ ମାନିବ ଟ୍ବିଟର

fulbani poura parisada

ନୂତନ ଆଇଟି ନିୟମ ସମ୍ପର୍କରେ ଟ୍ୱିଟର ଶେଷରେ ମୋଦି ସରକାରଙ୍କ ନିକଟରେ ମୁଣ୍ଡ ନୁଆଇଁଛି । କେନ୍ଦ୍ର ସରକାରଙ୍କ କଠୋର ଆଭିମୁଖ୍ୟ ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ନୂତନ ଆଇଟି ନିୟମ ଗ୍ରହଣ କରିବାକୁ ରାଜି ହୋଇଛି। ନୂତନ ଆଇଟି ନିୟମ ଅନୁଯାୟୀ ମୁଖ୍ୟ କମ୍ପ୍ଲେନ୍ସ ଅଫିସରଙ୍କ ନିଯୁକ୍ତି ଚୂଡାନ୍ତ ହୋଇଛି ବୋଲି ଟ୍ୱିଟର ସରକାରଙ୍କୁ ଲେଖିଛି। ଉଲ୍ଲେଖନୀୟ କଥା ହେଉଛି, କେନ୍ଦ୍ର ସରକାର ଟ୍ୱିଟରକୁ ଶେଷ ଚେତାବନୀ ଦେଇଛନ୍ତି ଓ ନିୟମ ପାଳନ ନକରିବାର ପରିଣାମ ସାମ୍ନା କରିବାକୁ କହିଛନ୍ତି। ଟ୍ୱିଟର ସରକାରଙ୍କୁ ଏକ ଚିଠି ଲେଖି କହିଛି ଯେ ନୂତନ ନିୟମ ସହ ଜଡିତ ଅତିରିକ୍ତ ସୂଚନା ଏକ ସପ୍ତାହ ମଧ୍ୟରେ ସରକାରଙ୍କ ନିକଟରେ ଦାଖଲ ହେବ। ଜୁନ୍ ୫ରେ ସରକାରଙ୍କ ଚୂଡ଼ାନ୍ତ ବିଜ୍ଞପ୍ତିର ଉତ୍ତରରେ ଟ୍ୱିଟର କହିଛି ଯେ ନୂତନ ନିର୍ଦ୍ଦେଶାବଳୀ ପାଳନ କରିବା ପାଇଁ ଯୁକ୍ତିଯୁକ୍ତ ପ୍ରୟାସ କରୁଛି। କିନ୍ତୁ କରୋନା ମହାମାରୀର ବିଶ୍ୱବ୍ୟାପୀ ପ୍ରଭାବ ଯୋଗୁଁ ଏହା କରିବାରେ ଅସମର୍ଥ ହୋଇଛି । ଏହି ଚିଠିକୁ ଟୁଇଟର ଦ୍ୱାରା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟକୁ ଜୁନ୍ ୭ରେ ପଠାଯାଇଛି। ଟ୍ବିଟରର ମୁଖପାତ୍ର କହିଛନ୍ତି ଯେ କମ୍ପାନୀ ଭାରତ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରହିଛି ଏବଂ ରହିବ। ସେ କହିଛନ୍ତି ଯେ ଆମେ ଭାରତ ସରକାରଙ୍କୁ ନିଶ୍ଚିତ କରିଛୁ ଯେ ନୂତନ ନିର୍ଦ୍ଦେଶାବଳୀ ପାଳନ କରିବା ପାଇଁ ଟ୍ୱିଟର ସବୁ ପ୍ରକାର ଚେଷ୍ଟା କରୁଛି। ଆମେ ସରକାରଙ୍କ ସହିତ ଆମର ଗଠନମୂଳକ କଥାବାର୍ତ୍ତା ଜାରି ରଖିବୁ ।

057 code kasam
Leave A Reply

Your email address will not be published.