ବିଶ୍ୱବ୍ୟାପୀ ଫେସ୍‌ବୁକ ଓ ଇନ୍‌ଷ୍ଟାଗ୍ରାମ ଡାଉନ୍‌

ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସ୍‌ବୁକ୍‌, ହ୍ୱାଟସ୍‌ଆପ୍ ଓ ଇନଷ୍ଟାଗ୍ରାମ୍ ବର୍ତ୍ତମାନ ସମୟରେ ଲୋକଙ୍କର ଅତିପ୍ରିୟ ଜିନିଷ ପାଲଟିଛି । ଏଭଳି ସମୟରେ ନେଟୱାକ ହେଉ ଅଥବା ଅନ୍ୟ କୌଣସି କାରଣରୁ ଏହି ପ୍ଲାଟଫର୍ମ ଡାଉନ୍ ହୋଇଯାଏ ୟୁଜର୍ସ ବିରକ୍ତି ପ୍ରକାଶ କରିବା ସାଧାରଣ କଥା । କାରଣ ସାମାଜିକ ଗଣମାଧ୍ୟମ ବିନା ୟୁଜର୍ସଙ୍କୁ ଚଳିବା ଅସମ୍ଭବ ହୋଇପଡୁଛି । କରୋନା ମହାମାରୀ ବେଳେ ସମୟ ବିତାଇବା ପାଇଁ ଏହା ଆଉ ଏକ ମୁଖ୍ୟ ଜିନିଷ ପାଲଟିଛି । ଆଜି ମଧ୍ୟ ବିଶ୍ୱବ୍ୟାପୀ କିଛି ସମୟ ଏଭଳି ହୋଇଛି ଏବଂ ଫେସ୍‌ବୁକ୍‌, ହ୍ୱାଟସ୍‌ଆପ୍ ଓ ଇନ୍‌ଷ୍ଟାଗ୍ରାମ ସାଇଟ ଡାଉନ୍ ରହିଥିଲା । ସାଇଟ୍ ଡାଉନ୍ ହୋଇଯିବା ପରେ ଗ୍ରାହକମାନେ ବିରକ୍ତି ପ୍ରକାଶ କରି ଟୁଇଟରରେ ଟିପ୍ପଣୀ ଦେଇଛନ୍ତି । ମାତ୍ର ରିପୋର୍ଟ ଲେଖାଯିବା ବେଳକୁ ଉପରେ ଲିଖିତ ପ୍ଲାଟଫର୍ମ ଗୁଡ଼ିକ ଠିକ୍ ଭାବରେ କାମ କରୁଛି । 

Leave A Reply

Your email address will not be published.