ମହାନଦୀ ଟ୍ରିବୁନାଲର ଅବଧି ୨ ବର୍ଷ ବୃଦ୍ଧି

ମହାନଦୀ ଟ୍ରିବୁନାଲର ଅବଧି ୨ ବର୍ଷ ବୃଦ୍ଧି କରିଲେ କେନ୍ଦ୍ର ସରକାର। କେନ୍ଦ୍ର ଜଳ ସଂପଦ ନଦୀ ବିକାଶ ଏବଂ ଗଙ୍ଗା ସରକ୍ଷଣ ମନ୍ତ୍ରାଳୟ ପକ୍ଷରୁ ଅବଧି ବୃଦ୍ଧି ନେଇ ବିଜ୍ଞପ୍ତି ଜାରି କରାଯାଇଛି। ଓଡିଶା ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ଜଳ ବିବାଦର ସମାଧାନ ପାଇଁ  ୨୦୧୮ ମାର୍ଚ୍ଚ ୧୨ ତାରିଖରେ ଟ୍ରିବୁନାଲ ର ହୋଇଥିଲା ଗଠନ। ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ ୧୯୫୬ ଧାରା ୪ ଅନୁସାରେ ଟ୍ରିବୁନାଲ ର ଗଠନ ହୋଇଥିଲା। ଟ୍ରିବୁନାଲ ନିଜର ୩ ବର୍ଷର କାର୍ଯ୍ୟକାଳ ଶେଷ ହୋଇଛି।  ୨୦୨୧ମାର୍ଚ୍ଚ ୧୧ ସୁଦ୍ଧା ଟ୍ରିବୁନାଲ ଏହାର ରିପୋର୍ଟ ଦାଖଲ କରିବାର ଥିଲା । କିନ୍ତୁ କେତେକ କାରଣ ପାଇଁ ବର୍ତ୍ତମାନ ସୁଦ୍ଧା ଟ୍ରିବୁନାଲ ରିପୋର୍ଟ ଦାଖଲ କରି ନାହାନ୍ତି। ୨୦୨୩ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ବର୍ତ୍ତମାନ ଟ୍ରିବୁନାଲର ଅବଧି ଧାର୍ଯ୍ୟ କରାଯାଇଛି। ତେବେ ୩ ବର୍ଷ ପୁରିଥିଲେ ସୁଦ୍ଧା ଏବେ ବି ମୂଳ ମମାଲର ଶୁଣାଣି ହୋଇନାହିଁ। କି ଟ୍ରିବୁନାଲ କୌଣସି ରାୟ ଦେଇ ନାହାନ୍ତି। ସେହିପରି ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଶୁଣାଣି ହୋଇଥିଲେ ସୁଦ୍ଧା ରାୟ ପ୍ରକାଶ ପାଇନାହିଁ। ଓଡ଼ିଶାର ଦାବି ଅନୁସାରେ ଯେଉଁ ଟ୍ରିବୁନାଲ ଗଠନ ହୋଇଥିଲା ସେଥିରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ ହୋଇଛି କିନ୍ତୁ କୌଣସି ଫାଇଦା ରାଜ୍ୟକୁ ମିଳିନାହିଁ । ଛତିଶଗଡ଼ ର କୌଣସି ଗୋଟିଏ ପ୍ରକଳ୍ପ ଉପରେ ମଧ୍ୟ ରହିତାଦେଶ ଜାରି ହୋଇନାହିଁ।

Leave A Reply

Your email address will not be published.