ପୁରୀ ଓ କାମାକ୍ଷା ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍

ଟ୍ରେନ୍ ଚଳାଚଳକୁ ନେଇ ରେଳମନ୍ତ୍ରାଣୟ ବଡ଼ ଘୋଷଣା କରିଛି । ତାହା ହେଲା ଜୁନ ୨୦ ତାରିଖରୁ ପ୍ରତି ରବିବାର ପୁରୀ ଓ କାମାକ୍ଷା ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ଏହି ସ୍ବତନ୍ତ୍ର ଟ୍ରେନ୍ ପ୍ରତି ରବିବାର ସନ୍ଧ୍ୟା ୮ଟା ୧୦ରେ କାମାକ୍ଷାରୁ ଛାଡିବ । ରେଳ ବିଭାଗର ନିର୍ଦ୍ଦେଶନାମା ଅନୁସାରେ, ଏହି ଟ୍ରେନ ସାକ୍ଷୀଗୋପଳ, ଖୋର୍ଦ୍ଧା ରୋଡ, ଭୁବନେଶ୍ବର, କଟକ, ଭଦ୍ରକ ଷ୍ଟେସନ ମାନଙ୍କରେ ରହଣି କରିବ । ସେହିପରି ପୁରୀ ଓ କାମାକ୍ଷା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଯାହାକି ବାଲେଶ୍ବର, ହ୍ବିଜିଲି, ମେଦିନପୁର, ଆସନସୋଲ, ଦୁର୍ଗାପୁର, ରାମପୁର ହାଟ, ନ୍ୟୁ ଜଲପାଈଗୁଡ଼ି ଓ ରଙ୍ଗିଆ ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ ବୋଲି କହିଛି ରେଳ ମନ୍ତ୍ରଣାଳୟ । ୦୫୬୪୦/୦୫୬୩୯ କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ୍ ଟ୍ରେନ କାମାକ୍ଷା ଠାରୁ ପ୍ରତ୍ୟେକ ରବିବାର ଦିନ ଚଳାଚଳ କରିବ । ସେହିପରି ଏହି ଟ୍ରେନ ପୁରୀ ଠାରୁ ଜୁନ ୨୨ରୁ ପ୍ରତ୍ୟେକ ମଙ୍ଗଳବାର ଦିନ ଅପରାହ୍ନ ୨ଟା ୫୫ରେ ଛାଡି ପରବର୍ତ୍ତୀ ଆଦେଶ ପର‌୍ୟ୍ୟନ୍ତ ଚଳାଚଳ କରିବ ।

Leave A Reply

Your email address will not be published.