କମିଲା କୋଭିସିଲ୍ଡ ଡୋଜ ମଧ୍ୟରେ ଥିବା ବ୍ୟବଧାନ

ତୃତୀୟ ଥର ପାଇଁ କମିଲା କୋଭିସିଲ୍ଡର ପ୍ରଥମ ଓ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ । ବିଦେଶ ଯାତ୍ରା କରିବାକୁ ଯାଉଥିବା କିଛି ବର୍ଗ ପାଇଁ ଏହା ପରିବର୍ତ୍ତନ କରାଯାଇଛି । ଯାହାଫଳରେ ସେମାନେ ୮୪ ଦିନ ପରିବର୍ତ୍ତେ ୨୮ ଦିନ ପରେ ମଧ୍ୟ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଦିଆଯାଇପାରିବେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ନିର୍ଦ୍ଦେଶାବଳୀ ଅନୁସାରେ ଯେଉଁମାନଙ୍କ ଠାରେ କୋଭିସିଲ୍ଡର ପ୍ରଥମ ଡୋଜ ଲାଗିସାରିଛି ଏବଂ ସେମାନଙ୍କୁ ଏବେ ବିଦେଶ ଯାତ୍ରା କରିବାର ଅଛି । ଏହିପରି ଲୋକଙ୍କୁ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ପାଇଁ ୮୪ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ । ଏହାପୂର୍ବରୁ, ହିଁ ସେମାନଙ୍କୁ ଦ୍ୱିତୀୟ ଡୋଜ ଦିଆଯିବ । ଏହି ବିଦେଶୀ ଯାତ୍ରା ଅଧ୍ୟୟନ, ରୋଜଗାର ଏବଂ ଅଲିମ୍ପିକ୍ ଦଳ ପାଇଁ ହୋଇପାରେ ।ଭାରତରେ ୧୬ ଜାନୁୟାରୀରୁ ଆରମ୍ଭ ହୋଇଥିବା କୋଭିସିଲ୍ଡ ଟୀକାକରଣରେ ୨୮ ରୁ ୪୨ ଦିନର ବ୍ୟବଧାନ ରଖାଯାଇଥିଲା । ଏହା ପରେ ୨୨ ମାର୍ଚ୍ଚରେ ଏହି ବ୍ୟବଧାନ ୬-୮ ସପ୍ତାହକୁ ବୃଦ୍ଧି କରାଯାଇଥିଲା । ପରେ, ମେ ୧୩ ରେ, ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ୧୨-୧୬ ସପ୍ତାହକୁ ବୃଦ୍ଧି କରାଯାଇଛି 

Leave A Reply

Your email address will not be published.