ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ୭୮ ବର୍ଷ ବୟସରେ ପରଲୋକ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି । କିଛି ଦିନ ହେବ ଅସୁସ୍ଥ ହୋଇ ସମ୍ ହସପିଟାଲରେ ଚିକିତ୍ସାଧୀନ ଥିଲେ। ଜଣେ  ଅର୍ଥନୀତି ଶିକ୍ଷାବିତ୍, ସାମାଜିକ କର୍ମୀ ଓ ପରାମର୍ଶଦାତା ଭାବେ ଖୁବ୍ ପରିଚିତ ଥିଲେ ପ୍ରଫେସର ରାଧାମୋହନ । ଏହି ଦୁଃଖଦ ଖବର ଶୁଣି ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପରିବାରକୁ ଜଣାଇଛନ୍ତି ସମବେଦନା। ଜଣେ ଅର୍ଥନୀତିଜ୍ଞ ଭାବେ ସେ ଯେତିକି ପ୍ରତିଭାବାନ୍ ଥିଲେ ଜଣେ ପରିବେଶବିତ୍ ଭାବରେ ମଧ୍ୟ ସେତିକି ସ୍ମରଣୀୟ ହୋଇ ରହିବେ ବୋଲି କହିଛନ୍ତି ନବୀନ । ରାଜ୍ୟରେ ଜୈବିକ ଚାଷ ମାଧ୍ୟମରେ ତାଙ୍କ ଦ୍ୱାରା ଅଣାଯାଇଥିବା ପରିବର୍ତ୍ତନ ସର୍ବଦା ମନେ ରହିବ। ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୋର ସମବେଦନା। ଏମିତି କହି ପ୍ରଫେସର ରାଧାମୋହନଙ୍କ ସ୍ମତୀଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

Leave A Reply

Your email address will not be published.