ଏଣିକି ପୋଲିସ୍ ପଦ ପାଇଁ ଆବେଦନ କରିପାରିବେ କିନ୍ନର

ଓଡ଼ିଶା ସମାଚାର ବ୍ୟୁରୋ : – ସବୁ ବେଳେ ଅବହେଳିତ ହୋଇ ରହି ଆସୁଥିବା ରାଜ୍ୟର କିନ୍ନର ମାନଙ୍କ ପାଇଁ ଖୁସି ଖବର । ଆଜି କିନ୍ନର ମାନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ରାଜ୍ୟରେ ପୋଲିସ୍ ପଦ ପଦବୀ ପାଇଁ ଆବେଦନ କରିପାରିବେ କିନ୍ନର । ଓଡ଼ିଶା ପୋଲିସ୍ ରେ ସାଧାରଣ ବର୍ଗ ମାନଙ୍କ ଭଳି କିନ୍ନର ମାନେ ମଧ୍ୟ ଆବେଦନ କରିପାରିବେ । ବତର୍ମାନ ଏସଆଇ ପଦବୀ ପାଇଁ ନୋଟିଫିକେସନ୍ ବାହାରିଛି ଯେଉଁଥିରେ କିନ୍ନର ମାନେ ମଧ୍ୟ ଆବଦେନ କରିପାରିବେ ବୋଲି ଉଲ୍ଲେଖ ରହିଛି ।  ଏହି ବିଜ୍ଞପ୍ତି ଜରିଆରେ ରାଜ୍ୟ ସରକାରଙ୍କ ଏହି ନିଷ୍ପତିକୁ ନେଇ ଏବେ କିନ୍ନର ମହଲରେ ଖୁସି ଦେଖିବାକୁ ମିଳୁଛି । ରାଜ୍ୟରେ ବହୁ ପାଠ ପଢୁଆ ଓ ଉଚ୍ଚ ଶିକ୍ଷିତ କିନ୍ନର ଥିଲେ ମଧ୍ୟ ସେମାନଙ୍କ ପାଇଁ ରାଜ୍ୟ ସରକାର କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରିନଥିବାରୁ ସବୁ ସମୟରେ ଅବହେଳିତ ହୋଇ ରହି ଆସିଛନ୍ତି ଏହି ଗୋଷ୍ଠୀ । ତେବେ ବର୍ତମାନ ୪୭୭ ଏସଆଇଟି ପୋଷ୍ଟ ପାଇଁ ନିଯୁକ୍ତି ବାହାରିଥିବା ବେଳେ ଏହି ଥିରେ କିନ୍ନର ମାନେ ମଧ୍ୟ ଆବେଦନ କରିପାରିବେ । କିନ୍ନର ମାନଙ୍‌କ ପାଇଁ ଏହି ପଦବୀ ଗୁଡିଗରେ କିଛି ସଂରକ୍ଷଣ ରହିଛି କି ନାହିଁ ତାହା ଏବେ ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.