କୃଷକ ସଙ୍ଗଠନ ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ ଡାକରା

fulbani poura parisada

ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନ ଫସଲରେ ଅବ୍ୟବସ୍ଥା ଲାଗି କୃଷ୍ ସଙ୍ଗଠନ ପକ୍ଷରୁ ପ୍ରତିବାଦ ଦେଖିବାକୁ ମିଳିଛି। ସମସ୍ୟାର ସମାଧାନ ଦାବିରେ କୃଷକ ସଙ୍ଗଠନ ଉଲୁଣ୍ଡା ବ୍ଲକ ହିକୁଡି ଛକରେ ୧୨ ଘଣ୍ଟିଆ ରାସ୍ତାରୋକ ଡାକରା ଦେଇଛି । ଚାଷୀମାନେ ସୋନପୁର-ସମ୍ବଲପୁର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। କୃଷକ ସଙ୍ଗଠନ ଉପସଭାପତି ବୈକୁଣ୍ଠ ନାଥ ଶତପଥୀଙ୍କ ନେତୃତ୍ୱରେ ଚାଷୀମାନେ ୮ ଦଫା ଦାବି ନେଇ ରାସ୍ତାରୋକ କରି ଆନ୍ଦୋଳନ କରିଛନ୍ତି । ଚାଷୀ ଧାନ ଚାଷ କରିଥିବା ସମ୍ପୂର୍ଣ୍ଣ ଜମିର ପଞ୍ଜିକରଣ କରାଯାଉ ଓ ଚାଷୀ ପଞ୍ଜିକରଣରେ ବାଦ୍ ପଡିଥିବା ଭାଗ ଚାଷୀଙ୍କ ନାମ ସାମିଲ କରିବାକୁ ଚାଷୀମାନେ ଦାବି କରିଛନ୍ତି।☺ମିଲର ଓ ପେକ୍ସ ମଧ୍ୟରେ ଦଲାଲ ରାଜ ବନ୍ଦ କରାଯାଉ। ଏଫ.ଏ .କ୍ୟୁ ମାନ ଧାନ ଆଳ ଦେଖାଇ ଚାଷୀଙ୍କ ଠାରୁ କଟଣିଛଟଣିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ, ଧାନ କ୍ରୟ ବେଳେ ଚାଷୀଙ୍କ ଅଖା ବସ୍ତା, ପଲିଥନ ବସ୍ତା ଫେରସ୍ତ କରାଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି। ପର୍ବରୁ ମଧ୍ୟ ୮ଦଫା ସମ୍ବଳିତ ଏକ ଦାବିପତ୍ର ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରଯାଇଥିଲା କିନ୍ତୁ ଚାଷୀମାନଙ୍କ ଏହି ଦାବି ଜିଲ୍ଲା ପ୍ରଶାସନ ସମାଧାନ କଲେ ନାହିଁ ଫଳରେ ଚାଷୀ ବାଧ୍ୟ ହୋଇ ଆଜି ପୁଣି ରାସ୍ତକୁ ଆନ୍ଦୋଳନ କରିବାକୁ ବାହାରିଲା ବୋଲି କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି ।

057 code kasam
Leave A Reply

Your email address will not be published.