ସୁଧୁରୁ ନାହାନ୍ତି ଲୁଗା ଦୋକାନୀ

ଓଡ଼ିଶା ସମାଚାର ବ୍ୟୁରୋ : କରୋନା କଟକଣାକୁ ଅଧିକ କଡ଼ାକଡ଼ି କରିବା ପାଇଁ ପୋଲିସ୍ କମିଶନରେଟ୍ ପକ୍ଷରୁ ସ୍ପେଶାଲ ଡ଼ାଇଭ୍ ଆରମ୍ଭ ହୋଇଛି । ଯାହାଫଳରେ କଟକଣାକୁ ଉଲ୍ଲଘଂନ କରୁଥିବା ଅମାନିଆଙ୍କୁ ଗିରଫ କରିବା ସହ ଦୋକାନ ସିଲ୍ କରିବା ପାଇଁ ମଧ୍ୟ କୁହାଯାଇଥିଲା । ଏହି ପରିପେକ୍ଷୀରେ ରଜ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଲୁଗା ଦୋକାନୀମାନେ ଅମାନିଆ ହୋଇ ଦୋକାନ ଖୋଲୁଛନ୍ତି । ଯାହାଫଳରେ ପୋଲିସ୍ ହାବୁଡ଼ରେ ପଡ଼ି ମୋଟା ଅଙ୍କର ତଣ୍ଡ ମଧ୍ୟ ଗଣୁଛନ୍ତି । ହେଲେ ସୁଧୁରିବାର ନାଁ ମଧ୍ୟ ନେଉନାହାନ୍ତି । ଆଜି ମଧ୍ୟ ଯାଜପୁର ଜିଲ୍ଲା ଜାରକାଠାରେ ଶ୍ରୀମାନ ଶ୍ରୀମତୀ ଲୁଗା ଦୋକାନକୁ ପ୍ରଶାସନ ସିଲ୍ କରିଛି । ଦୋକାନ ଆଗରେ ସଟର ପଡ଼ିଥିବା ବେଳେ ଭିତରେ ଗ୍ରାହକଙ୍କୁ ପୁରାଇ ବସ୍ତ୍ର ବିକ୍ରି କରାଯାଉଥିଲା । ଆଗକୁ ରଜ ଆସୁଥିବା ବେଳେ ଗ୍ରାହକମାନେ ବସ୍ତ୍ର କିଣିବା ପାଇଁ ଦୋକାନ ଭିତରେ ଭିଡ଼ ଜମାଇଥିଲେ । ଏନେଇ ପୋଲିସ ଓ ପ୍ରଶାସନକୁ ଖବର ମିଳିଥିଲା ।ଫଳରେ ଖବର ମୁତାବକ ପୋଲିସ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦୋକାନକୁ ସିଲ୍ କରିଥିଲା । 

Leave A Reply

Your email address will not be published.