କାରରେ ହେଉଥିଲା ଦେଶୀ ମଦ ଚୋରା ଚାଲାଣ

fulbani poura parisada

ଓଡ଼ିଶା ସମାଚାର ବ୍ୟୁରୋ : ରାଜ୍ୟରେ ଦେଶୀ ମଦ କାରବାର ବୃଦ୍ଧି ପାଇଥିବା ବେଳେ ଏବେ ଏହି ମଦର ଚୋରା ଚାଲାଣ ବି ବୃଦ୍ଧି ପାଇଛି । ଲକ୍‌ଡାଉନ୍ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଦେଶୀ ମଦ ଚୋରା ଚାଲାଣର ଚିତ୍ର ସାମ୍ନକାୁ ଆସିଥିବା ବେଳେ ଆଜି ସଟଡାଉନ୍ ରେ ବି ସମାନ ଘଟଣା ସାମ୍ନାକୁ ଆସିଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଅଞ୍ଚଳରୁ ବରଗଡ ଜିଲ୍ଲା ଭେଡେନ୍ କୁ ଚାଲାଣ ହେଉଥିଲା ରନ୍ଧା ମଦ । ଏକ କାର ଯୋଗେ ଏହି ରନ୍ଧା ମଦ ଚାଲାଣ ହେଉଥିବା ବେଳେ ଉଲୁଣ୍ଡା ଗ୍ରାମାସୀଙ୍କ ହାବୁଡ଼ରେ ପଡିଥିଲେ ୨ ମଦ ବୋପାରୀ । ଏହାପରେ ସ୍ଥିନୀୟ ବାସିନ୍ଦା ଦୁଇ ମଦ ବେପାରୀଙ୍କୁ କାବୁ କରି ପୋଲିସ୍ ର ଜିମା ଦେଇଥିବା ସୂଚନା ମିଳିଛି । ପୋଲିସ୍ ଦୁଇ ମଦ ବୋପାରୀଙ୍କୁ ଗିରଫ କରିବା ସହିତ ଚାଲାଣ କରାଯାଉଥିବା କାର କୁ ମଧ୍ୟ ଜବତ୍ କରି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ଏବେ କେବଳ ରାଜ୍ୟ ଭିତରେ ଦେଶୀ ତଥା ରନ୍ଧା ମଦର କାରବାର ସିମୀତି ହୋଇ ରହିନାହିଁ ରାଜ୍ୟ ବାହାରକୁ ମଧ୍ୟ ବେଧଡକ୍ ଭାବରେ ଚାଲାଣ ହେଉଛି ଦେଶୀ ମଦ ଯାହା ଏବେ ସୀମାନ୍ତବର୍ତ୍ତୀ ଜିଲ୍ଲା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

057 code kasam
Leave A Reply

Your email address will not be published.