ରଥ ଯାତ୍ରା ବନ୍ଦ ନିଷ୍ପତିକୁ ବିରୋଧ

fulbani poura parisada

ଓଡ଼ିଶା ସମାଚାର ବ୍ୟୁରୋ : ମହାପ୍ରଭୁଙ୍କ ଘୋଷ ଯାତ୍ରାକୁ ନେଇ ରାଜ୍ୟ ସରକାର ନେଇଥିବା ବଡ଼ ନିଷ୍ପତିକୁ ନେଇ ଏବେ ବିରୋଧ ଦେଖାଦେଇଛି । ରାଜ୍ୟ ସରକାର ଚଳିତ ବର୍ଷ କରୋନା ମହାମାରୀର ଦ୍ୱିତୀୟ ଲହର କାରଣରୁ କେବଳ ପୁରୀରେ ହିଁ ରଥ ଯାତ୍ରାକୁ ଅନୁମତି ଦେଇଥିବା ବେଳେ ରାଜ୍ୟର ଅନ୍ୟ ଜଗନ୍ନାଥ ମନ୍ଦିର ଗୁଡିକରେ ରଥ ଯାତ୍ରା ଉପରେ କଟକଣା ଲଗାଇଛନ୍ତି । ଯାହା କୁ ଏବେ ସେବାୟତ ମାନଙ୍କ ମଧ୍ୟରେ ବିରୋଧାଭାଷ ଦେଖିବାକୁ ମିଳୁଛି । ପୁରୀ ଭଳି ଅନ୍ୟ ସବୁ ଜଗନ୍ନାଥ ମନ୍ଦିରରେ କଟକଣା ଭିତରେ ରଥ ଯାତ୍ରା ହୋଇ ପାରିବ ବୋଲି ସେବାୟତ ମାନେ ଦାବି କରି ଆଜି ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଜଗନ୍ନାଥ ମନ୍ଦିର ସମ୍ମୁଖରେ ଦୀପ ଦାନ କରି ପ୍ରତିବାଦ ଜଣାଇଛନ୍ତି । ସେବାୟତ ମାନଙ୍କ ମନତରେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତିରେ ପରମ୍ପରା କ୍ଷୂର୍ଣ୍ଣ ହେବ ତେଣୁ ଶହ ଶହ ବର୍ଷର ପରମ୍ପରା ବଜାୟ ରଖିବାକୁ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଆଉ ଥରେ ଚିନ୍ତା କରି ନିଷ୍ପତି ନିଅନ୍ତୁ ବୋଲି ସେବାୟତ ମାନଙ୍କ ଦାବି ରହିଛି । ସୂଚନା ଅନୁସାରେ ରାଜ୍ୟରେ ମହାପ୍ରଭୁଙ୍କ ଆଦିପୀଠ ପୁରୀକୁ ଛାଡି ଅନ୍ୟ ସମସ୍ତ ଜଗନ୍ନାଥ ମନ୍ଦିରରେ କଟକଣା ଲାଗାଯାଇଛି ଏବଂ କେବଳ ମାତ୍ର ପରମ୍ପରା ବଜାୟ ରଖିବା ପାଇଁ ମନ୍ଦିର ପରିସର ଭିତରେ ରଥଯାତ୍ରା ହୋଇ ପାରିବ ବୋଲି ରାଜ୍ୟ ସରକାର ନିଷ୍ପତି ଶୁଣାଇଛନ୍ତି । ଏହାପରେ ରାଜ୍ୟର ଅନ୍ୟ ସବୁ ବଡ ଜଗନ୍ନାଥ ମନ୍ଦିରରେ ରଥ ଯାତ୍ରା ନହେବା ନେଇ ଅନିଶ୍ଚିତତା ଦେଖା ଦେଇଛି ।

057 code kasam
Leave A Reply

Your email address will not be published.