ଅତି ପ୍ରବଳ ବର୍ଷ ପାଇଁ ୬ ଜିଲ୍ଲାକୁ ରେଡ୍ ୱାଣ୍ଣିଂ

ଓଡ଼ିଶା ସମାଚାର ବ୍ୟୁରୋ : ଏବେ ଓଡ଼ିଶା ଛୁଇଁଛି ମୌସୁମୀ ବାୟୁ ଏହା ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଜାରି ରହିଥିବା ବେଳେ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଘନୀଭୂତ ହୋଇଛି ଯାହାର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ବର୍ଷାକୁ ନେଇ ପୂର୍ବାନୁମାନ କରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ରାଜ୍ୟର ୬ ଟି ଜିଲ୍ଲଶକୁ ରେଡ୍ ୱାଣ୍ଣିଂ ଜାରି କରିଛି । ବଲାଙ୍ଗିର , ବୌଦ୍ଧ, ସମ୍ବଲପୁର, ସୋନପୁର, ବରଗଡ଼ ଓ ଅନୁଗୋଳ ଭଳି ଜିଲ୍ଲାକୁ ରେଡ୍ ୱାଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଫଳରେ ବନ୍ୟା ଆଶଙ୍କା ରହିଥିବାରୁ ସମସ୍ତ ଜିଲ୍ଲାପାଳ ଓ ତହସିଲଦାର ମାନଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ରାଜ୍ୟରେ ଲଗାଣ ବର୍ଷା ପାଇଁ ଏସଆରସିଙ୍କ ନିର୍ଦ୍ଦେଶ କ୍ରମେ ସୁବ ଜିଲ୍ଲାର ଜିଲ୍ଲାପାଳ ମାନଙ୍‌କୁ ଚିଠି କରାଯାଇଛି । ବନ୍ୟା ପରିସ୍ଥିତି ଏଡାିବା ପାଇଁ ଏବେ ଠାରୁ କିଛି ଜିଲ୍ଲା ପ୍ରଶାସନ ମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି ।  ବିଶେକ ରି ଉପକୂଳବର୍ତ୍ତୀ ଜିଲ୍ଲା ତଥା ତଳିଆ ଅଞ୍ଚଳକୁ ଅଧିକ ଫୋକସରେ ରଖାଯାଇଛି ଓ ବନ୍ୟା ନିୟନ୍ତ୍ର ପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ସମସ୍ତ ଅଫିସ୍ ଗୁଡିକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ର ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।  ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବଲାଙ୍ଗିର , ବୌଦ୍ଧ, ସମ୍ବଲପୁର, ସୋନପୁର, ବରଗଡ଼ ଓ ଅନୁଗୋଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ହେବ ବୋଲି ଅନୁମାନ କରିଛି ପାଣିପାଗ କେନ୍ଦ୍ର । ଏହାଛଡା ମୌସୁମି ବାୟୁ ଯୋଗୁଁ ମଧ୍ୟ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ବର୍ଷାର ସମ୍ଭାନା ରହିଛି ।

Leave A Reply

Your email address will not be published.