ବିଦେଶ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ

 ଭୁବନେଶ୍ୱର,: ଯୁବ ବର୍ଗଙ୍କ ପାଇଁ ଖୁସି ଖବର । ବିଦେଶରେ ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ । ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ସୂଚନା ଅନୁସାରେ, କରୋନା ମୁକାବିଲା ପାଇଁ ଟିକାକରଣକୁ ରାଜ୍ୟ ସରକାର ବ୍ୟାପକ କରିଛନ୍ତି । ଏଥିରେ ସମସ୍ତ ବୟସର ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ କରାଯାଇଛି । ତେବେ ବିଦେଶ ଯିବାକୁ ଚାହୁଁଥିବା। ଛାତ୍ରଛାତ୍ରୀଙ୍କ ଟିକା ଦେବାକୁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି।  ରେଜିଷ୍ଟ୍ରେସନ କରିଥିବା 83 ଜଣଙ୍କ ମଧ୍ୟରୁ 19 ଜଣଙ୍କୁ କୋଭିସିଲ୍ଡ ଟିକା ପ୍ରଦାନ କରାଯାଇଛି । ଦୁଇ ଦିନ ମଧ୍ୟରେ ଅନ୍ୟମାନଙ୍କୁ ଟିକା ଦିଆଯିବ । ଖୋର୍ଦ୍ଧାର ପିଏନ ସ୍ବୟଂଶାସିତ ମହାବିଦ୍ୟାଳୟ ଓ କଟକ ଗୋପାଳପୁରରେ ସିଏମସି କଲ୍ୟାଣ ମଣ୍ଡପରେ ଟିକା ଦିଆଯାଉଛି। ଟିକା ନେବାକୁ ଆବେଦନ କରିଥିବା ସବୁ ଛାତ୍ରଛାତ୍ରୀଙ୍କ ଡକୁମେଣ୍ଟ ସବୁକୁ ଏକ ସ୍ବତନ୍ତ୍ର ଡେକ୍ସରେ ଯାଞ୍ଚ ମଧ୍ୟ କରାଯାଉଛି ।

Leave A Reply

Your email address will not be published.