୨୪ ଘଣ୍ଟାରେ ୩୮୧୯ ମୃତ, ୬୭ ହଜାର ଲୋକ ସଂକ୍ରମିତ

ଓଡ଼ିଶା ସମାଚାର ବ୍ୟୁରୋ : ଦେଶରେ ପୁଣି ଥରେ କରୋନା ଭାଇରସ ମହାମାରୀ ସାମାନ୍ୟ ଉପରମୁହାଁ ହୋଇଛି । କିନ୍ତୁ ଏକ ସପ୍ତାହ ମଧ୍ୟରେ ନୂଆ ସଂକ୍ରମଣ ମାମଲାରେ ୩୦ ପ୍ରତିଶତ ହ୍ରାସ ପାଇଛି । କରୋନା ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟର ତଥ୍ୟ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୭ ହଜାର ୨୯୦ ଜଣ ଲୋକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ଭିତରେ ଦେଶରେ କରୋନା ଭାଇରସରେ ୩ ହଜାର ୮୧୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୨୪ ଘଣ୍ଟା ପୂର୍ବରୁ ଦେଶରେ ୬୫ ହଜାର ୯୭୩ ଜଣ ନୂଆ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ୩ ହଜାର ୭୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଶନିବାର ୮୪ ହଜାର ୬୯୫ ଜଣ ଲୋକ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୦୦୦ ଲୋକଙ୍କର ପ୍ରାଣହାନୀ ଘଟିଥିଲା ।  ଦେଶରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୯୫ ଲକ୍ଷ ୬ ହଜାର ୩୨୮ରେ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୪ ହଜାର ୨୨୬କୁ ବୃଦ୍ଧି ପାଇଥିବା କୁହାଯାଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଆସିବା ପରେ ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଠିକ ତଥ୍ୟ ଆସିବ ।  କରୋନା ମହାମାରୀ ଭାରତୀୟଙ୍କ ମନରେ ପ୍ରତିଦିନ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । କେତେବେଳେ ସଂକ୍ରମିତ ଲୋକଙ୍କର ସଂଖ୍ୟା ବଢୁଛି ତ ତା’ ପରଦିନ ପୁଣି ଥରେ ବୃଦ୍ଧି ଘଟୁଛି । ଦୈନିକ ମୃତ୍ୟୁ ସଂଖ୍ୟାରେ ମଧ୍ୟ ସମାନ ଅବସ୍ଥା । ନିକଟରେ ଦିନକରେ ୬ ହଜାର ଲୋକଙ୍କର କରୋନାରେ ମୃତ୍ୟୁ ହୋଇଥିଲା । ଏହାର ୨୪ ଘଣ୍ଟା ପରେ ପୁଣି ମୃତ୍ୟୁ ହାର ହଠାତ ପ୍ରାୟ ୩ ହଜାର କମ ହୋଇଥିଲା । 

Leave A Reply

Your email address will not be published.