ଆଜି ପହିଲି ରଜ

ଓଡ଼ିଶା ସମାଚାର ବ୍ୟୁରୋ : ଓଡ଼ିଶାର ଲୋକପ୍ରିୟ ପର୍ବ ‘ପହିଲି ରଜ’ ଆଜି ପାଳନ ହେଉଛି । ସାମାଜିକ, ସାଂସ୍କୃତିକ, ଧାର୍ମିକ ଦୃଷ୍ଟିକୋଣରୁ ଏହି ପର୍ବର ଗୁରୁତ୍ୱ ରହିଛି । କିନ୍ତୁ ଦୁଃଖର କଥା ହେଲା ଯେ, ଚଳିତ ବର୍ଷ ମହାମାରୀ କରୋନା ଭାଇରସ ଯୋଗୁଁ ରଜ ପର୍ବରେ ଉତ୍ସାହ ଦେଖାଯାଇ ନାହିଁ । ଗାଁରୁ ସହର ଯାଏଁ ସର୍ବସାଧାରଣସ୍ଥଳରେ ରଜ ଦୋଳି ନାହିଁ, କି ବାଗୁଡ଼ି ଖେଳ ପ୍ରତିଯୋଗିତା ନାହିଁ । ସେହିପରି ରଜ ପର୍ବ ନାହିଁ କି ସ୍ୱତନ୍ତ୍ର ମେଳା ମହୋତ୍ସବ ନାହିଁ । ଏହି ଭଳି ଏକ ପରିସ୍ଥିତିରେ ଆଜି ସାରା ରାଜ୍ୟରେ ରଜ ପର୍ବ ପାଳନ ହେଉଛି ।  ରାଜ୍ୟ ସରକାରଙ୍କ କୋଭିଡ-୧୯ ଗାଇଡଲାଇନ ଓ ଲକଡାଉନ ମଧ୍ୟରେ ସାରା ରାଜ୍ୟରେ ରଜ ପର୍ବ ପାଳନ ହେଉଛି । ବିଭିନ୍ନ ଜିଲ୍ଲାରେ ରଜ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି । ସେହିପରି ଭୁବନେଶ୍ୱର ମହାନଗର ନିଗମ ମଧ୍ୟ ରଜ ପର୍ବ ବାହାରେ ପାଳନ ନକରିବାକୁ ପରାମର୍ଶ ଦେଇଛି । ସର୍ବସାଧାରଣସ୍ଥଳରେ ରଜ ପର୍ବ ପାଳନ ଅପେକ୍ଷା ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସରକାର କହିଛନ୍ତି । ତେଣୁ ରାଜ୍ୟରେ ସାମୁହିକ ସମାବେଶ, ରଜଦୋଳି, ବାଗୁଡ଼ି, ତାସ ଖେଳ ଉପରେ କଟକଣା ଲାଗୁ ହୋଇଛି ।  ରାଜ୍ୟରେ କରୋନା କଟକଣା ମଧ୍ୟରେ ରଜ ପର୍ବ ପାଳନ ହେଉଥିବାରୁ ଏଥର ଉତ୍ସାହ ଦେଖାଯାଉ ନାହିଁ । ପର୍ବରେ ମେଳା, ମହୋତ୍ସବ ଓ ଦୋକାନ ବଜାର ଖୋଲିଲେ ଭଲ ଲାଗିଥାଏ ।

Leave A Reply

Your email address will not be published.