ମୁମ୍ବାଇରେ ୧୨ ଘଣ୍ଟା ପରେ କୂଅରୁ ବାହାର କରାଗଲା ଗାଡ଼ି

ଓଡ଼ିଶା ସମାଚାର ବ୍ୟୁରୋ : ମୁମ୍ବାଇରେ ପ୍ରବଳ ବର୍ଷା ଜାରି ରହିଛି । ଏହି କାରଣରୁ ଅନେକ ସ୍ଥାନରେ ଜଳାର୍ଣ୍ଣବ ଦେଖାଯାଇଛି । କିଛି ସ୍ଥାନରେ ଟ୍ରାଫିକ ଜମା ରହୁଛି । ସେହିଭଳି ଲୋକଙ୍କୁ ଘର ଭିତରୁ ବାହାରକୁ ଯିବା ପାଇଁ ଅସୁବିଧା ହେଉଛି । ଏଭଳି ଏକ ସଂକଟ ସମୟରେ ଘାଟକୋପର ଅଂଚଳରେ ପ୍ରସ୍ତୁତ ହୋଇଥିବା ଏକ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଭିଡିଓରେ ଏକ ଗାଡ଼ି ଦେଖୁ ଦେଖୁ କୂଅରେ ପଶିଯାଇଥିଲା ଏହି ଭିଡିସ ଯିଏ ବି ଦେଖିଛି ସ୍ତବ୍ଧ ହୋଇଯାଇଛନ୍ତି । ଏବେ ଏହି ଗାଡ଼ିକୁ ବହୁ ପରିଶ୍ରମ ପରେ ବାହାର କରାଯାଇଛି ।  ସ୍ଥାନୀୟ ପ୍ରଶାସନ ପୂର୍ବରୁ ୨ଟି ପାଣି ପମ୍ପ ଜରିଆରେ କୂଅରୁ ପାଣି ବାହାର କରିଥିଲା । ଏହା ପରେ ଏକ ବଡ଼ କ୍ରେନ ସାହାଯ୍ୟରେ ଗାଡ଼ିକୁ କୂଅ ଭିତରୁ ଉଠାଯାଇଥିଲା । କୁହାଯାଉଛି ଯେ, ଗାଡ଼ି ଟି ୧୨ ଘଣ୍ଟା ଯାଏଁ କୂଅ ଭିତରେ ପଡ଼ି ରହିଥିଲା । ରାତିରେ କୂଅରୁ ଗାଡ଼ିକୁ ବାହାର କରିଥିଲା । ଏହି ଗାଡ଼ି କୂଅ ଭିତରୁ ବାହାର କରିବା ପାଇଁ ବହୁ ଉଦ୍ୟମ କରାଯାଇଥିଲଶ । ଜଣେ ଅଧିକାରୀଙ୍କୁ କୂଅ ଭିତରେ ପଶି ଗାଡ଼ିରେ ରସି ବାନ୍ଧିବାକୁ ପଡ଼ିଥିଲା । ପରେ କ୍ରେନ ଜରିଆରେ ଗାଡ଼ିକୁ କଢ଼ାଯାଇଥିଲା ।

Leave A Reply

Your email address will not be published.