ଜୁଲାଇ ୧ରୁ ଡ୍ରାଇଭିଂ ଲାଇସେନ୍ସର ନୂଆ ନିୟମ

ଓଡ଼ିଶା ସମାଚାର ବ୍ୟୁରୋ :

gpkandhamal

ଏଣିକି ଗାଡ଼ି ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ କରିବାକୁ ପରିବହନ କାର୍ଯ୍ୟାଳୟକୁ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାର ଆବଶ୍ୟକତା ପଡ଼ିବ ନାହିଁ । ସଡ଼କ ଓ ପରିବହନ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସର ନିୟମରେ ପରିବର୍ତ୍ତନ ଆଣିଛନ୍ତି । ଦେଶରେ କୋଟି କୋଟି ଲୋକ ଡ୍ରାଇଭିଂ ଲାଇସେନ୍ସ କରିବାକୁ ଉଦ୍ୟମରେ ଅଛନ୍ତି । କିନ୍ତୁ ୱେଟିଂ ଦୀର୍ଘ ହେଉଥିବାରୁ ବହୁତ ବିଳମ୍ବ ହେଉଛି । ଏବେ ଏମାନଙ୍କୁ ଅଧିକ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସେହିପରି ଆରଟିଓ କାର୍ଯ୍ୟାଳୟ ପଛରେ ପଡ଼ିବାକୁ ହେବ ନାହିଁ ।  ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଜାରି ନୂଆ ନିୟମ ଅନୁସାରେ କୌଣସି ବ୍ୟକ୍ତି ସରକାରୀ ପଂଜୀକୃତ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରୁ ପାସ କରିଛନ୍ତି, ତାଙ୍କୁ ଲାଇସେନ୍ସ ଲାଗି ଆବେଦନ କରିବା ସମୟରେ ଆରଟିଓରେ ହେଉଥିବା ଡ୍ରାଇଭିଂ ଟେଷ୍ଟରୁ ମୁକ୍ତ ରଖାଯିବ । ଅର୍ଥାତ ତାଲିମଧାରୀଙ୍କୁ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିବ ନାହିଁ । ସେହି ବ୍ୟକ୍ତିଙ୍କର ଡ୍ରାଇଭିଂ ଲାଇସେନ୍ସ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରର ସାର୍ଟିଫିକେଟ ଆଧାରରେ ପ୍ରସ୍ତୁତ କରିଦିଆଯିବ ।  ଡ୍ରାଇଭିଂ ଲାଇସେନ୍ସର ନୂଆ ନିୟମ ଆସନ୍ତା ଜୁଲାଇ ୧ ତାରିଖ ଠାରୁ ଲାଗୁ ହେବ । ଏହି କାମ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରକୁ ଦିଆଯିବ । କିନ୍ତୁ ଏହି ସଂସ୍ଥା ରାଜ୍ୟ ପରିବହନ କର୍ତ୍ତୃପକ୍ଷ ତରଫରୁ ଅଥବା କେନ୍ଦ୍ର ସରକାରଙ୍କ ଦ୍ୱାରା ମଂଜୁରୀପ୍ରାପ୍ତ ହୋଇଥିବା ଦରକାର । ଏହା ପରେ ତାଙ୍କୁ ସରକାରଙ୍କ ଠାରୁ ନବୀକରଣ କରିବାକୁ ପଡ଼ିବ । ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଘରୋଇ ଟ୍ରେନିଂ ସ୍କୁଲର ଭିନ୍ନ ଭାବରେ ଶିଳ୍ପ ଛିଡ଼ା ହୋଇପାରେ । 

Umasankar Adv
Leave A Reply

Your email address will not be published.