ଓଡ଼ିଶା ସମାଚାର ବ୍ୟୁରୋ : କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱରେ ମାଡ଼ି ଚାଲିଛି । ଏହି ମାରାତ୍ମକ ସଂକ୍ରମଣରୁ କେବେ ନିସ୍ତାର ମିଳିବା ତାହା କହିହେବନାହିଁ । ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୨ ଲକ୍ଷ ୯୨ ହଜାର ୯୯୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ ହଜାର ୩୯୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୭ କୋଟି ୬୭ ଲକ୍ଷ ୪୦୬ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୩୮ ଲକ୍ଷ ୧୮ ହଜାର ୮୯୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୬ କୋଟି ୭ ଲକ୍ଷ ୩୦ ହଜାର ୯୮୮ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୨୧ ଲକ୍ଷ ୫୦ ହଜାର ୫୨୨ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୫ହଜାର ୭୪ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୩ ଲକ୍ଷ ୨୧ ହଜାର ୯୩କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୧୫ ହଜାର ୫୩ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୮୪ ଲକ୍ଷ ୧୩୨ ଲୋକ ସୁସ୍ଥ ହୋଇଥିବା ବେଳେ ୫୩ ଲକ୍ଷ ୫ ହଜାର ୯୦୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୪ ହଜାର ୫୨୭ ଜଣ ଗୁରୁତର ଅଛନ୍ତି ।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୧କୋଟି ୭୪ଲକ୍ଷ ୧୩ହଜାର ୯୯୬ସଂକ୍ରମିତ, ୪ଲକ୍ଷ ୮୭ହଜାର ୪୭୬ମୃତ
ଫ୍ରାନ୍ସ: ୫୭ ଲକ୍ଷ ୪୦ ହଜାର ୬୬୫ ସଂକ୍ରମିତ, ୧ ଲକ୍ଷ ୧୦ ହଜାର ୪୨୦ ମୃତ
ତୁର୍କୀ: ୫୩ ଲକ୍ଷ ୩୦ ହଜାର ୪୪୭ ସଂକ୍ରମିତ, ୪୮ ହଜାର ୭୨୧ ମୃତ
ଋଷିଆ: ୫୨ ଲକ୍ଷ ୮ ହଜାର ୬୮୭ ସଂକ୍ରମିତ, ୧ଲକ୍ଷ ୨୬ ହଜାର ୪୩୦ ମୃତ
ୟୁକେ: ୪୫ ଲକ୍ଷ ୬୫ ହଜାର ୮୧୩ ସଂକ୍ରମିତ, ୧ ଲକ୍ଷ ୨୭ ହଜାର ୯୦୪ ମୃତ
ଇଟାଲି: ୪୨ ଲକ୍ଷ ୪୪ ହଜାର ୮୭୨ ସଂକ୍ରମିତ, ୧ଲକ୍ଷ ୨୭ ହଜାର ୨ମୃତ
ଆର୍ଜେଣ୍ଟିନା: ୪୧ ଲକ୍ଷ ୨୪ ହଜାର ୧୯୦ ସଂକ୍ରମିତ, ୮୫ ହଜାର ୩୪୩ ମୃତ
କଲୋମ୍ବିଆ: ୩୭ ଲକ୍ଷ ୫୩ ହଜାର ୨୨୪ ସଂକ୍ରମିତ, ୯୫ ହଜାର ୭୭୮ ମୃତ
ସ୍ପେନ: ୩୭ ଲକ୍ଷ ୩୩ ହଜାର ୬୦୦ ସଂକ୍ରମିତ, ୮୦ ହଜାର ୫୦୧ମୃତ