ଷ୍ଟେଫାନୋସ ସିତସିପାସଙ୍କୁ ହରାଇ ୧୯ତମ ଗ୍ରାଣ୍ଡ ସ୍ଲାମ ଜତିିଲେ ଜୋକୋଭିକ୍‌

ଓଡ଼ିଶା ସମାଚାର ବ୍ୟୁରୋ :

gpkandhamal

ବିଶ୍ୱର ୧ନମ୍ବର ଟେନିସ ତାରକା ନୋଭାକ ଜୋକୋଭିକ ଫ୍ରେଞ୍ଚ ଓପନ ଟାଇଟଲ ଜିତିଛନ୍ତି । ସେ ଫାଇନାଲ ମୁକାବିଲାରେ ଷ୍ଟେଫାନୋସ ସିତସିପାସଙ୍କୁ ୬-୭, ୨-୬,୬-୩,୬-୪ରେ ପରାସ୍ତ କରିଛନ୍ତି । ସର୍ବିଆର ଏହି ଖେଳାଳିଙ୍କୁ ପ୍ରଥମ ୨ଟି ସେଟରେ ପରାସ୍ତ ହେବାକୁ ପଡ଼ିଥିଲା । କିନ୍ତୁ ସେ ୩ୟ ସେଟରେ ଫର୍ମକୁ ପ୍ରତ୍ୟାବର୍ତ୍ତନ କରି ଲଗାତାର ଜିତିଥିଲେ । ସେ ତାଙ୍କ ନାଁରେ ୧୯ତମ ଗ୍ରାଣ୍ଡ ସ୍ଲାମ କରିଛନ୍ତି । ଏଥି ସହିତ ରାଫେଲ ଦାଦାଲ ଓ ରୋଜର ଫେଡରରଙ୍କ ନିକଟତର ହୋଇଛନ୍ତି । ଜୋକୋଭିକ ଓପନରେ ୨ ଥର କ୍ୟାରିୟର ଗ୍ରାଣ୍ଡ ସ୍ଲାମ ପୂରା କରିବାରେ ପ୍ରଥମ ବ୍ୟକ୍ତି ହୋଇପାରିଛନ୍ତି ।  ପଂଚମ ୱରୀୟ ସିତସିପାସ ପ୍ରଥମ ୨ଟି ସେଟରେ ୭-୬, ୬-୨ରେ ଜିତି ଭଲ ଆରମ୍ଭ କରିଥିଲେ । କିନ୍ତୁ ଜୋକୋଭିକ ପରବର୍ତ୍ତୀ ସମୟରେ ୬-୩,୬-୨ରେ ବିଜୟୀ ହୋଇଥିଲେ । ନିର୍ଣ୍ଣାୟକ ସେଟରେ ଜୋକୋଭିକ ୩ୟ ଗେମରେ ସିତସିତପାସଙ୍କ ସର୍ଭିସ ଅତିକ୍ରମ କରି ଆଗକୁ ବଢ଼ିଥିଲେ । 

Umasankar Adv
Leave A Reply

Your email address will not be published.