ରାଜ୍ୟରେ ଆରମ୍ଭ ହୋଇପାରେ ଅନଲକ ପ୍ରକ୍ରିୟା

fulbani poura parisada

ଭୁବନେଶ୍ବର, ହସ୍ପିଟାଲରୁ କ୍ରମଶଃ ଚାପ କମୁଛି, ବର୍ତ୍ତମାନ ବେଡ୍ ପର୍ଯ୍ୟାପ୍ତ ସଂଖ୍ୟାରେ ଅଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଆଇସିୟୁରେ ୫୬% ବେଡ଼୍‌ ବ୍ୟବହାର ହୋଇଛି। କେବଳ ଏତିକି ନୁହେଁ ବରଂ ସାଧାରଣ ବେଡର ୟୁଟିଲାଇଜେସନ୍ ମଧ୍ୟ କମିଛି। ଏହାସହ ଯେଉଁଠି ଅଧିକ ପଜିଟିଭ ବାହାରୁଛି ସେଠାରେ ସର୍ଭେଲାନ୍ସ କରାଯାଉଛି ବୋଲି ସେ କହିଛନ୍ତି। ଅଧିକ ଟେଷ୍ଟ କରାଯାଇ ଆଇସୋଲେଟ୍ ଲୋକଙ୍କୁ କରାଯାଉଛି। ଅନଲକ୍ ପ୍ରକ୍ରିୟା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଦିନେ କି ଅନଲକ୍ ନେଇ ସରକାର ଠିକ ସମୟରେ ନିଷ୍ପତ୍ତି ନେବେ। ସବୁ ସ୍ଥାନରେ ତଦାରଖ ଚାଲିଛି, ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ। ଏହାସହ ଗତ ୧୫ ଦିନର ସମସ୍ତ ଡାଟା ରହିଛି, ବିଚାର ବିମର୍ଶ ବି ଜାରି ରହିଛି।

057 code kasam
Leave A Reply

Your email address will not be published.