ଆମେରିକା ଗସ୍ତରେ ଯାଇପାରନ୍ତି ପ୍ରଧାନମନ୍ତ୍ରୀ

fulbani poura parisada

ନୂଆଦିଲ୍ଲୀ : ଯଦି ଦେଶ ତଥା ବିଶ୍ବରେ କରୋନା ମାମଲାରେ ହ୍ରାସ ଘଟେ, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ଶେଷ ସୁଦ୍ଧା ଆମେରିକା ଗସ୍ତ ଯାଇପାରନ୍ତି । ଆମେରିକାର ଭାରତୀୟ ରାଷ୍ଟ୍ରଦୂତ ତାରାଞ୍ଜିତ ସିଂ ସାନ୍ଧୁ ଏହା ଉପରେ ସୂଚନା ଦେଇଛନ୍ତି। ବାସ୍ତବରେ, ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଜି- ୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ବୈଠକ ପରେ ତାରାଞ୍ଜିତ ସିଂ ସାନ୍ଧୁଙ୍କ ପକ୍ଷରୁ କୁହାଯାଇଛି ଯେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଜୋ ବିଡେନଙ୍କ ମଧ୍ୟରେ ତିନିଥର ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ବିଡେନଙ୍କ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ ଓ ସେ ଆମେରିକାର ନୂତନ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ତାରାଞ୍ଜିତ ସିଂ ସାନ୍ଧୁ କହିଛନ୍ତି ଯେ ମାର୍ଚ୍ଚରେ ଅନୁଷ୍ଠିତ କ୍ୱାଡ୍ ଭର୍ଚୁଆଲ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ୨୦୨୧ ଶେଷ ସୁଦ୍ଧା ସମସ୍ତ ନେତା ଇନ ପର୍ସନ ମିଟିଂ କରିବେ। ସେ କହିଛନ୍ତି ଯେ ଯଦି ଭାରତ ସମେତ ବିଶ୍ୱରେ କରୋନା ସମ୍ବନ୍ଧୀୟ ସ୍ଥିତିରେ ସୁଧାର ଆସେ, ତେବେ ପିଏମ ମୋଦି ଚଳିତ ବର୍ଷ ଶେଷ ସୁଦ୍ଧା ଆମେରିକା ଗସ୍ତ କରିପାରନ୍ତି । ଏଥିସହିତ ଭାରତ-ଆମେରିକା ସମ୍ପର୍କ ଉପରେ ସାନ୍ଧୁ କହିଛନ୍ତି ଯେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ନିକଟରେ ଆମେରିକା ଗସ୍ତ କରିଥିଲେ, ଯେଉଁଠାରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହା ସହିତ ଆମେରିକାର ଅନେକ ମନ୍ତ୍ରୀ ମଧ୍ୟ ଭାରତ ଗସ୍ତ କରିଛନ୍ତି, ଏପରି ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ଏକ ଶକ୍ତିଶାଳୀ ସମ୍ପର୍କ ବଜାୟ ରହିଛି। ଉଭୟ ଦେଶର ନେତା ପରସ୍ପର ସହ ଯୋଗାଯୋଗରେ ଅଛନ୍ତି ଓ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

057 code kasam
Leave A Reply

Your email address will not be published.