ଓଡିଶା ଅତିକ୍ରମ କରି ଝାଡଖଣ୍ଡମୁହାଁ ଲଘୁଚାପ

fulbani poura parisada

ଲଘୁଚାପ ଓଡ଼ିଶା ଅତିକ୍ରମ କରି ଝାଡ଼ଖଣ୍ଡ ମୁହାଁ ହୋଇଛି ତେଣୁ ବର୍ଷାର ସମ୍ଭାବନା ସେତେ ନାହିଁ କିନ୍ତୁ ଗୁଳୁଗୁଳିର ମାତ୍ରା ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ମୌସୁମୀ ସକ୍ରିୟ ରହିଥିବାରୁ ସ୍ବଳ୍ପ ମାତ୍ରାରେ ବର୍ଷା ହୋଇପାରେ ତେବେ ପାଗ କୋହଲା ରହିବ କିନ୍ତୁ ପ୍ରବଳ ବର୍ଷାର ସମ୍ଭାବନା ନାହିଁ । ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଏହା ବାଦ୍‌ ବି ଅନେକ ଜାଗାରେ ବର୍ଷା ହୋଇପାରେ । ଆଜି ସୁନ୍ଦରଗଡ଼ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୋନପୁର, ଅନୁଗୁଳ, ଦେବଗଡ଼ରେ ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ । ବାୟୁମଣ୍ଡଳରେ ଜଳୀୟବାଷ୍ପ ଭରି ରହିଥିବାରୁ ଆର୍ଦ୍ରତା ପରିମାଣ ଅଧିକ ରହିବ । ମୌସୁମୀ ଆଗମନ ପରେ ରାଜ୍ୟବ୍ୟାପୀ ତାତି କମିଛି । କିନ୍ତୁ କଟକ-ଭୁବନେଶ୍ବରରେ ପାଗ କୋହଲା ରହିଲ ସୁଦ୍ଧା ଗୁଳୁଗୁଳିର ମାତ୍ରା ବଢିବ ।

057 code kasam
Leave A Reply

Your email address will not be published.