ଆଜି ଚିହ୍ନଟ ହୋଇଛନ୍ତି ୩୬୩୧ ଜଣ କରୋନା ପଜିଟିଭ

fulbani poura parisada

ଭୁବନେଶ୍ବର, ଗତକାଲିଠାରୁ ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ୨୦୬୯ ଜଣ କ୍ବାରେଣ୍ଟାଇନରୁ ରହିଥିବାବେଳେ ୧୫୬୨ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଆଜି ଅନୁଗୁଳରୁ ୨୦୪, ବାଲେଶ୍ବରରୁ ୨୬୨, ବରଗଡରୁ ୫୦, ଭଦ୍ରକରୁ ୧୭୮, ବଲାଙ୍ଗୀରରୁ ୩୬, ବୌଦ୍ଧରୁ ୮୪, କଟକରୁ ୪୩୮, ଦେବଗଡରୁ ୨୮, ଢେଙ୍କାନାଳରୁ ୧୧୪, ଗଜପତିରୁ ୧୮, ଗଞ୍ଜାମରୁ ୨୭, ଜଗତସିଂହପୁରରୁ ୯୨, ଯାଜପୁରରୁ ୩୦୫, ଝାରସୁଗୁଡାରୁ ୧୯, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରାପଡାରୁ ୧୨୦, କେଉଁଝରରୁ ୬୮, ଖୋର୍ଦ୍ଧାରୁ ୫୦୬, କୋରାପୁଟରୁ ୮୦, ମାଲକାନଗିରିରୁ ୫୬, ମୟୂରଭଞ୍ଜରୁ ୧୧୨,ନବରଙ୍ଗପୁରରୁ ୧୦୮, ନୟାଗଡ଼ରୁ ୧୦୬, ନୂଆପଡାରୁ ୧୯, ପୁରୀରୁ ୧୯୯, ରାୟଗଡାରୁ ୭୯, ସମ୍ବଲପୁରରୁ ୩୭, ସୋନପୁରରୁ ୫୦, ସୁନ୍ଦରଗଡରୁ ୮୩ ଓ ଷ୍ଟେଟ ପୁଲରୁ ୬୪ ଜଣ ପଜିଟିଭ ରହିଛନ୍ତି । ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୮୬୬୬୯୨କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରେ ୮୧୭୩୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୪୫୮୦୯ ଜଣ ଚିକିତ୍ସିତ ଅଛନ୍ତି । ଏଯାବତ ମୋଟ ୧୨୮୯୯୮୫୫ଟି କରୋନା ନମୁନା ସଂଗ୍ରହ ହେଲାଣି । 

057 code kasam
Leave A Reply

Your email address will not be published.