ମାଲକାନଗିରିରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ,

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡ଼ା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ । ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା ।  ବୁଲାବେଡ଼ା ଜଙ୍ଗଲରେ ମାଓ ଶିବିର ଚାଲିଥିବା ଖବର ପାଇ ସୁରକ୍ଷା ବାହିନୀ ଅପରେସନ୍ ଆରମ୍ଭ କରିଥିଲା । ଏସଓଜି ଓ ଡିଭିଏଫ୍ ଯବାନଙ୍କ ସହ ମାଓବାଦୀଙ୍କର ମୁହାଁମୁହିଁ ହୋଇଥିଲେ । ଯବାନଙ୍କୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା ମାଓବାହିନୀ । ପାଲଟା ଜବାବରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ଏବେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଏସଓଜି ଓ ଡିଭିଏଫ୍ ଯବାନ ଜୋରଦାର କରିଛନ୍ତି ।

Leave A Reply

Your email address will not be published.