ଗାଜିଆବାଦ ଘଟଣା ଉପରେ ଟିପ୍ପଣୀ ପାଇଁ ଅଭିନେତ୍ରୀ ସ୍ବାରା ଭାସ୍କର, ଟ୍ବିଟର ଓ ସାମ୍ବାଦିକଙ୍କ ବିରୋଧରେ ମାମଲା

fulbani poura parisada

ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶର ଗାଜିଆବାଦର ଉପରେ ଭିଡିଓ ଟ୍ୱିଟ୍ କରି ଅଭିନେତ୍ରୀ ସ୍ୱରା ଭାସ୍କର, ସାମ୍ବାଦିକ ଅରଫା ଖାନମ୍ ଶେରୱାନି, ଆସିଫ୍ ଖାନ୍ ଏବଂ ଟ୍ୱିଟର ଇଣ୍ଡିଆର ମନୀଷ ମହେଶ୍ୱରୀଙ୍କ ବିରୋଧରେ ପୋଲିସ୍ ଅଭିଯୋଗ ପଞ୍ଜିକୃତ ହୋଇଛି। ଓକିଲ ଅମିତ ଆଚାର୍ଯ୍ୟ ଦିଲ୍ଲୀର ତିଲକ ମାର୍ଗ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ତେବେ ଏହି ଅଭିଯୋଗ ଉପରେ ଏପର୍ଯ୍ୟନ୍ତ କୌଣସି ଏଫଆଇଆ ପଞ୍ଜିକୃତ ହୋଇନଥିଲେ ସୁଦ୍ଧା ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହାପୂର୍ବରୁ ଉତ୍ତରପ୍ରଦେଶ ପୋଲିସ ସୋସିଆଲ ମିଡିଆରେ ଏକ ଭିଡିଓ ପ୍ରସାରଣ ପାଇଁ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର, ଏକ ନ୍ୟୁଜ୍ ପୋର୍ଟାଲ୍ ଏବଂ ଛଅ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ଭିଡିଓରେ ଜଣେ ବୃଦ୍ଧ ମୁସଲମାନ ଗାଜିଆବାଦରେ କିଛି ଲୋକଙ୍କ ଆକ୍ରମଣ ପରେ ତାଙ୍କ ଦୁଃଖ ବର୍ଣ୍ଣନା କରୁଥିବା ଦେଖିବାକୁ ମିଳିଛି। ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ପାଇଁ ଏହି ଭିଡିଓ ସେୟାର କରାଯାଇଥିଲା ବୋଲି ପୋଲିସ କହିଛି। ମିଳିଥିବା ସୂଚନା ଅନୁଯାୟୀ, ଜଣେ ସ୍ଥାନୀୟ ପୋଲିସ ଗାଜିଆବାଦର ଲୋନି ସୀମା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଓ ଏହାକୁ ଆଧାର କରି ମଙ୍ଗଳବାର ରାତି ପ୍ରାୟ ସାଢେ ୧୧ଟା ସମୟରେ ଏକ ଏଫଆଇଆର ପଞ୍ଜୀକୃତ ହୋଇଥିଲା। ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଭିଡିଓ ସେୟାର କରାଯାଇଥିବା ଅଭିଯୋଗ ହୋଇଛି। ଏହି କ୍ଲିପ୍ ପାଇଁ ଟ୍ୱିଟର ଇନକ୍, ଟ୍ୱିଟର କମ୍ୟୁନିକେସନ୍ ଇଣ୍ଡିଆ, ନ୍ୟୁଜ୍ ୱେବସାଇଟ୍ ଦି ୱାୟାର, ସାମ୍ବାଦିକ ମହମ୍ମଦ ଜୁବାଇର ଏବଂ ରାଣା ଆୟୁବ, କଂଗ୍ରେସ ନେତା ସଲମାନ ନିଜାମି, ମଶକୋର ଉସମାନି, ଡଃ ଶାମା ମହମ୍ମଦ ଏବଂ ଲେଖକ ସବା ନାକଭିଙ୍କ ବିରୋଧରେ ପୋଲିସ ଏକ ଏଫଆଇଆର ପଞ୍ଜିକରଣ କରିଛି।

057 code kasam
Leave A Reply

Your email address will not be published.