ଆଜି ୩୯ ଜଣଙ୍କ କରୋନାରେ ମୃତ୍ୟୁ

fulbani poura parisada

ଭୁବନେଶ୍ବର, କରୋନାର ଦୈନିକ ସଂକ୍ରମଣ ତଳମୁହାଁ ହେଉଥିଲେ ସୁଦ୍ଧା ଉପରମୁହାଁ ରହିଥିଲା ଦୈନିକ ମୃତକଙ୍କ ସଂଖ୍ୟା। ଆଜି ସେଥିରେ ସାମାନ୍ୟ ହ୍ରାସ ପାଇଥିବା ଦେଖାଯାଇଛି। ଗତ ୨୪ ଘଣ୍ଟା ଭିତରେ ୩୯ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪୭୧କୁ ବୃଦ୍ଧି ପାଇଛି। ଆଜିର ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬ଜଣ , କଟକ, ଝାରସୁଗୁଡା, ପୁରୀ ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ, ଗଞ୍ଜାମ, ଜଗତସିଂପୁର ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ, ବୌଦ୍ଧ ଓ ସୋନପୁରରୁ ୨ ଲେଖାଏଁ, ବରଗଡ, ଢେଙ୍କାନାଳ, ନବରଙ୍ଗପୁର ଓ ନୂଆପଡାରୁ ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

057 code kasam
Leave A Reply

Your email address will not be published.