୧୫ଟି ବିଏଡ୍ କଲେଜରେ ନାମଲେଖା ପାଇଁ ଏନ୍‌ସିଟିଇକୁ ଅନୁମତି ମାଗିଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର : ୧୫ଟି ବିଏଡ୍ କଲେଜରେ ନାମଲେଖା ବନ୍ଦ ପ୍ରସଙ୍ଗରେ ଏନ୍‌ସିଟିଇର ଅନୁମତି ମାଗିଲା ବିଭାଗ। ଆବଶ୍ୟକ ଭିତ୍ତିଭୂମି ନ ଥିବା କହି ୧୫ଟି କଲେଜକୁ ବନ୍ଦ କରିବା ପାଇ ନିର୍ଦ୍ଦେଶ ଦେବା ପରେ ଛାତ୍ରଛାତ୍ରୀମାନେ ହତାଶ ହୋଇ ପଡ଼ିଥିଲେ। ଏବେ ଏସବୁ କଲେଜରେ ନାମ ଲେଖା ପାଇଁ ଅନୁମତି ଦେବାକୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର । ଓଡ଼ିଶାରେ ଆବଶ୍ୟକୀୟ ଭିତ୍ତିଭୂମି ନ ଥିବାରୁ ୨୦୨୦-୨୧ ଶିକ୍ଷା ବର୍ଷରେ ରାଜ୍ୟର ୧୫ଟି ସରକାରୀ ଶିକ୍ଷକ ତାଲିମ ପ୍ରତିଷ୍ଠାନରେ ନାମଲେଖା ଉପରେ ନ୍ୟାସନାଲ କାଉନ୍ସିଲ୍ ଅଫ୍ ଟିଚର ଏଜୁକେସନ ଏନ୍‌ସିଟିଇ ପକ୍ଷରୁ କଟକଣା ଜାରି ହୋଇଥିଲା। ଯେଉଁଥିପାଇଁ ଓଡ଼ିଶାର ବହୁ ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହୋଇଥିଲେ। ତେବେ ୨୦୨୧-୨୨ ଶିକ୍ଷାବର୍ଷରୁ ଉକ୍ତ ୧୫ଟି ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ସମସ୍ତ ସରକାରୀ ବିଏଡ୍ କଲେଜ ଇତି ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧିନକୁ ଆସିଛି । ଏହା ଜୁନ୍ ପହିଲାରୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହୋଇଛି । ତେଣୁ ୨୦୨୧-୨୨ ଶିକ୍ଷାବର୍ଷରୁ ଉକ୍ତ ୧୫ଟି ଶିକ୍ଷା ତାଲିମ ପ୍ରତିଷ୍ଠାନରେ ନାମଲେଖା ଲାଗି ଅନୁମତି ଦେବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏନ୍‌ସିଟିଇ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.