ଦୂରଦର୍ଶନ ଓଡିଆ ଚ୍ୟାନେଲରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଡିଡି ନ୍ୟାସନାଲ ତଥା ଦୂରଦର୍ଶନ ଚ୍ୟାନେଲ୍ ସାହାଯ୍ୟରେ ଜୁନ୍ ୨୩ ରୁ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ।  ଏସଂପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଏହା ଅନୁଯାୟୀ, ଜୁନ୍ ୨୩ରୁ ଜୁନ୍ ୨୫ ମଧ୍ୟରେ ଡିଡି ନେଟୱାର୍କରେ (ଡିଡି ତଥା ଦୂରଦର୍ଶନ ଆଞ୍ଚଳିକ ଚ୍ୟାନେଲ୍) ବିଷୟ ଜ୍ଞାନ ଶିକ୍ଷା ଦିଆଯିବ। ତେବେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ବିଜ୍ଞାନ ଛାତ୍ରମାନଙ୍କ ପାଇଁ ଉଦ୍ଭିଦ ଓ ପ୍ରାଣୀ ବିଜ୍ଞାନ କ୍ଲାସ୍ ୨୩, ୨୪ ଓ ୨୫ ତାରିଖ ରାତି ୯-୧୦ ରେ ପ୍ରସାରିତ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Leave A Reply

Your email address will not be published.