ଚଳିତବର୍ଷ ଅନଲାଇନ୍ ମାଧ୍ୟମରେ ହେବ ୟୁଜି ଓ ପିଜି ପରୀକ୍ଷା

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଏକ ପ୍ରକାର ଅନ୍ଧକାର ହୋଇଯାଇଥିବା ବେଳେ ଗୋଟିଏ ପରେ ଗୋଟିଏ ପରୀକ୍ଷା ବାତିଲ ହେବାରେ ଲାଗିଛି । ତେବେ ଏହାରି ଭିତରେ ୟୁଜି ଓ ପିଜିର ଶେଷ ବର୍ଷର ପରୀକ୍ଷା ହେବ ଏନେଇ ସୁଚନା ଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ ସୁଚନା । ଏହି ପରୀକ୍ଷା ଜୁଲାଇ ଓ ଅଗଷ୍ଟ ମଧ୍ୟରେ ଅନଲାଇନ୍ ମାଧ୍ୟମରେ ହେବ ବୋଲି ସୁଚନା ଦେଇଛନ୍ତି । ଯଦି କେହି ଘରେ ରହି ଅନଲାଇନ୍ ପରୀକ୍ଷା ଦେବାକୁ ସୁବିଧା ଅନୁଭବ କରିବେ ନାହିଁ ତେବେ ସେ ନିକଟସ୍ଥ ଡ଼ିଗ୍ରୀ କଲେଜ୍‌ରେ ଅନଲାଇନ୍‌ରେ ପରୀକ୍ଷା ଦେଇପାରିବେ । ଶେଷ ପରୀକ୍ଷା ସହ ବ୍ୟାକ୍ ପେପର ପରୀକ୍ଷା ମଧ୍ୟ ଅନଲାଇନ୍ ମୋଡ଼ରେ  ଦେବାକୁ କୁହାଯାଇଛି । ତେବେ ଏହି ସମସ୍ତ ପ୍ରକ୍ରିୟା ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା ପରେ ଏହା କାର୍ଯ୍ୟକାରୀ ହେବ । କିଛିଦିନ ହେବ ଏହି ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଓ ଅବିଭାବକ ଚିନ୍ତାରେ ଥିବା ବେଳେ ଏହି ନିଷ୍ପତି ନେଇଛନ୍ତି ଅରୁଣ ସାହୁ ।  

Leave A Reply

Your email address will not be published.