୧୭ଟି ଏ କାଟାଗୋରୀ ଜିଲ୍ଲାରେ ହୋଇପାରିବ ଡିଏଲ ପାଇଁ ଟେଷ୍ଟ ସ୍ଲଟ ବୁକିଂ

ରାଜ୍ୟ ପରିବହନ ପ୍ରାଧିକରଣ ଘୋଷଣା କରିଛି ଯେ ଡ୍ରାଇଭିଂ ଲାଇସେନ୍ସ ଦକ୍ଷତା ପରୀକ୍ଷା ୧୭ଟି ‘ଏ’ ବର୍ଗ ଜିଲ୍ଲାରେ ଆରମ୍ଭ ହେବ। ଏହି ଜିଲ୍ଲାଗୁଡ଼ିକ ହେଉଛି ବରଗଡ, ବଲାଙ୍ଗୀର, ବୌଦ୍ଧ, ଦେବଗଡ, ଗଜପତି, ଗଞ୍ଜାମ, ଝାରସୁଗୁଡା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୁଆପଡା, ରାୟାଗଡା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡରେ ହୋଇଛି। ଆସନ୍ତା ୨୧ ତାରିଖରୁ ସକାଳ ୧୧ଟା ଠାରୁ ୧୭ଟି ଜିଲ୍ଲା ପାଇଁ ଡ୍ରାଇଭିଂ ଲାଇସେନ୍ସ ସ୍କିଲ୍ ଟେଷ୍ଟ ସ୍ଲଟ୍ ବୁକିଂ ଉପଲବ୍ଧ ହେବ। ପ୍ରତିଦିନ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ବୁକିଂ ପାଇଁ ଟେଷ୍ଟ ସ୍ଲଟ୍ ଖୋଲାଯିବ। ପରିବହନ ବିଭାଗ ଆହୁରି ମଧ୍ୟ କହିଛନ୍ତି ଯେ ଆବେଦନକାରୀମାନେ ପ୍ରତ୍ୟେକ ଦିନ ୭ ଟା ସମୟରେ ସେମାନଙ୍କର ସ୍ଲଟ୍ ବୁକ୍ କରିବାର ସୁଯୋଗ ପାଇବେ । କେବଳ ବିଦ୍ୟମାନ ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀମାନେ ଡିଏଲ ଦକ୍ଷତା ପରୀକ୍ଷା ପାଇଁ ସ୍ଲଟ୍ ବୁକ୍ କରିପାରିବେ । ନୂଆ ଡିଏଲ ଆବେଦନ ପାଇଁ ବର୍ତ୍ତମାନ ଅନୁମତି ଦିଆଯିବନାହିଁ । ଡିଏଲ ସ୍କିଲ୍ ପରୀକ୍ଷା ଜୁନ୍ ୨୨ରୁ ଆରମ୍ଭ ହେବ ।ମାର୍ଚ୍ଚ ୧୮ରୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ସୁବିଧା ଉପଲବ୍ଧ ରହିବ । ଡିଏଲ ପରୀକ୍ଷା ଏବଂ ଏଲଏଲ ପରୀକ୍ଷା ପାଇଁ ବୁକ୍ ହୋଇଥିବା ସ୍ଲଟ୍ ଗୁଡିକ ଏପ୍ରିଲ ୨୨ରୁ ବାତିଲ କରାଯାଇଛି। ତଥାପି ଡିଏଲ ଓ ଏଲଏଲ ପରୀକ୍ଷା ପାଇଁ ପୂର୍ବରୁ ଦିଆଯାଇଥିବା ଦେୟ ବୈଧ ରହିବ। ‘ବି’ ବର୍ଗର ୧୩ଟି ଜିଲ୍ଲାରେ-ଅନୁଗୁଳ, ବାଲେଶ୍ବର, ଭଦ୍ରକ, କଟକ, ଢେଙ୍କାନାଳ, ଜଗତ୍ସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡା, କେଉଁଝର, ମୟୂରଭଞ୍ଜ, ନୟାଗଡ଼ ଏବଂ ପୁରୀ – ଡିଏଲ ଓ ଏଲଏଲ ପରୀକ୍ଷା କରାଯିବ ନାହିଁ। ଡିଏଲ ସମ୍ବନ୍ଧୀୟ ସେବା ଓ ଯାନ ସମ୍ବନ୍ଧୀୟ ସେବା ଉପଲବ୍ଧ ହେବ ନାହିଁ ।

Leave A Reply

Your email address will not be published.