ହିମାଳୟରେ ପ୍ରବଳ ବର୍ଷା

ଓଡ଼ିଶା ସମାଚାର : ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଜାରି ରହିଥିବାରୁ ତଳିଆ ଅଂଚଳରେ ଜମୁଛି ପାଣି । ଲ୍ୟାଣ୍ଡସ୍ଲାଇଡ଼ ଯୋଗୁଁ ରିଶିକେଶ-ଶ୍ରୀନଗର ରାସ୍ତା ମଧ୍ୟ ବନ୍ଦ ହୋଇପଡ଼ିଛି । ସେପଟେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ଅଳକାନନ୍ଦା ନଦୀ । ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଦେଶର ଅନେକ ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି । ଲଗାତର ବର୍ଷା ଜାରି ରହିଥିବାରୁ ବନ୍ୟା ଭଳି ସ୍ଥିତି ଦେଖାଦେଇଛି । ବିହାର, ଉତ୍ତରପ୍ରଦେଶ, ଉତରାଖଣ୍ଡରେ ମଧ୍ୟ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି । ଲୋକେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଛି । ମୌସୁମୀର ଆଗମନ ସହିତ ଭୟଙ୍କର ଚିତ୍ର ଉତ୍ତରାଖଣ୍ଡରୁ ଆସିବାରେ ଲାଗିଛି । ଲାଗାତର ବର୍ଷା ଜାରି ହେବା ଫଳରେ ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ନିକଟସ୍ଥ ଗ୍ରାମରେ ରହୁଥିବା ଲୋକଙ୍କ ପାଇଁ ଏକ ସତର୍କ ସୂଚନା ଜାରି କରାଯାଇଛି । କୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ନଦୀ କୂଳରେ ଏବଂ ଏହା ଉପରେ ନିର୍ମିତ ସେତୁ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି ।

Leave A Reply

Your email address will not be published.