ଚୀନ୍ ଉପରେ ବର୍ଷିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ

ଓଡ଼ିଶା ସମାଚାର : କରୋନା ଭୂତାଣୁ ନେଇ ଚୀନ୍ ଉପରେ ବର୍ଷିଥିଲେ ଟ୍ରମ୍ପ  । ସାରା ବିଶ୍ୱରେ କରୋନା ଭୂତାଣୁ ବ୍ୟାପିବା ପାଇଁ ଚୀନ୍ ହିଁ ଦାୟୀ ଓ ଏଥିପାଇଁ ବେଜିଂକୁ ସାରା ବିଶ୍ୱକୁ ଉତ୍ତର ଦେବାକୁ ପଡ଼ିବ ବୋଲି ଟ୍ରମ୍ପ କହିଥିଲେ  । ଏବେ ପୁଣି ଆଉ ଥରେ କରୋନା ପାଇଁ ଚୀନକୁ ଟାର୍ଗେଟ୍ କରିଛନ୍ତି ଆମେରିକାର ଏହି ପୂର୍ବ ରାଷ୍ଟ୍ରପତି  । ଟ୍ରମ୍ପ ଫକ୍ସ ନ୍ୟୁଜକୁ ଏକ ସାକ୍ଷାତକାରରେ କହିଛନ୍ତି ଯେ, କରୋନା ଯୋଗୁଁ ଅଧିକାଂଶ ଦେଶ କ୍ଷତିଗ୍ରସ୍ଥ ହୋଇଛନ୍ତି, ଆଉ ଏଥିପାଇଁ ଚୀନକୁ କ୍ଷତିପୂରଣ ଦେବାକୁ ହେବ  । ଚୀନ୍ କେବଳ ଆମେରିକାକୁ ୧୦ ଲକ୍ଷ କୋଟି ଡଲାର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଟ୍ରମ୍ପ  । ସାକ୍ଷାତକାର ବେଳେ ଟ୍ରମ୍ପ ଭାରତ ପ୍ରସଙ୍ଗରେ ମଧ୍ୟ ମତ ରଖିଛନ୍ତି  । ସେ କହିଛନ୍ତି ଯେ,  ‘ନଜର ପକାନ୍ତୁ ଭାରତର ଅବସ୍ଥା ଏବେ କ’ଣ ହୋଇଛି  । ଭାରତ ବିଭିନ୍ନ କ୍ଷେତ୍ରରେ ଭଲ କରୁଥିଲା, ଏହାକୁ ଆଳ କରି ସେମାନେ ଭାରତକୁ ଟାର୍ଗେଟ କରୁଥିଲେ, ହେଲେ ଏବେ ଭାରତରେ ଅବସ୍ଥା ଦେଖନ୍ତୁ, କରୋନା ଯୋଗୁଁ ଭାରତ ବହୁମାତ୍ରାରେ କ୍ଷତିଗ୍ରସ୍ଥ ହୋଇଛି  । ବିଶ୍ୱର ଅଧିକାଂଶ ଦେଶ ମଧ୍ୟ କରୋନା ଯୋଗୁଁ କ୍ଷତିଗ୍ରସ୍ଥ’ । କରୋନା ଭୂତାଣୁ ପ୍ରସଙ୍ଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଦଳ ଚୀନ୍ ଯାଇ ତଦନ୍ତ କରିଥିଲା  । ହେଲେ ଏହି ଦଳ ଚୀନକୁ ଏକ ପ୍ରକାର କ୍ଲିନ ଚିଟ୍ ଦେଇଥିଲା  । ତେବେ ଏହି ରିପୋର୍ଟକୁ ନେଇ ଅନେକ ଦେଶ ଓ ନେତା ଆପତି ଉଠାଇଥିଲେ  । କରୋନା ଭୂତାଣୁ କିପରି ଆସିଲା, କେଉଁଠୁ ଆସିଲା ଏହାର ତଦନ୍ତ ଜାରି ରଖିବାକୁ ଟ୍ରମ୍ପ ଦାବି କରିଛନ୍ତି  ।  ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଡକ୍ଟର ଆନ୍ଥୋନି ଫୌସି ମଧ୍ୟ ତଦନ୍ତ ଆଗକୁ ବଢ଼ାଇବାକୁ ଦାବି କରିଛନ୍ତି  ।

Leave A Reply

Your email address will not be published.