ରାଜ୍ୟରେ ଆଗାମୀ 24 ଘଣ୍ଟା ପାଇଁ 12 ଜିଲ୍ଲାରେ ୟେଲୋ ୱାର୍ଣ୍ଣି ଜାରି

ଭୁବନେଶ୍ଵର : ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । ଆସନ୍ତା କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ମଧ୍ୟ ଜାରି କରିଛି । ତେବେ ଆସନ୍ତା ୨୪ ଘଣ୍ଟା ପାଇଁ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପ ପରିମାଣର ବର୍ଷା ହୋଇପାରେ । ସୁନ୍ଦରଗଡ଼ , କେନ୍ଦୁଝର , ମୟୂରଭଞ୍ଜ , ଗଜପତି , ଗଞ୍ଜାମ,କନ୍ଧମାଳ,ରାୟଗଡା,କୋରାପୁଟ,ନବରଙ୍ଗପୁର, ବାଲେଶ୍ବର, ଭଦ୍ରକରେ ବର୍ଷା ସହିତ ବଜ୍ରପାତ ହେବ । ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି । ତେବେ ରାଜ୍ୟରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବର୍ଷାର ପରିମାଣ ବଢିବାର ସମ୍ଭାବନା ଥିବା ବେଳେ ମଧ୍ୟମରୁ ଧରଣରୁ ଫ୍ଳବଳ ବର୍ଷା ଲାଗି ରହିବା ନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ଭୁବନେଶ୍ଵର।
ତେବେ ଏହି ସମୟରେ ପ୍ରବଳ ହେତୁ ଫ୍ଲିସ୍ ଫ୍ଲଡ ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି।

Leave A Reply

Your email address will not be published.