ତାମିଲନାଡୁରେ ବେଆଇନ ବାଣ ତିଆରି କାରଖାନାରେ ବିସ୍ଫୋରଣ

ତାମିଲନାଡୁ :ଆଜି ସକାଳେ ତାମିଲନାଡୁର ବିରୁଧୁନଗର ଜିଲ୍ଲାର ଏକ ବେଆଇନ ବାଣ ତିଆରି କାରଖାନାରେ ବିସ୍ଫୋରଣରେ ଦୁଇ ମହିଳା ଏବଂ ପାଞ୍ଚ ବର୍ଷର ବାଳକର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇ ସିଭାକାସୀ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆହତମାନଙ୍କ ମଧ୍ୟରୁ 70% ରୁ ଅଧିକ ପୋଡିଯାଇଥିବା ବେଳେ ସେମାନେ ଗୁରୁତର ଅବସ୍ଥାରେ ଅଛନ୍ତି। ବିରୁଧୁନଗର କଲେକ୍ଟର ଜେ ମେଘନାଥା ରେଡ୍ଡୀ ଗଣମାଧ୍ୟମକୁ କହିଛନ୍ତି ଯେ, ସେମାନେ ଏକ ଘର ଭିତରୁ କାରଖାନା ଚଳାଉଥିଲେ। ଏହି ଘଟଣା ପରେ ଘର ଭିତରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ଆଜି ସକାଳ ପ୍ରାୟ 8.30 ସମୟରେ ଏହି ବିସ୍ଫୋରଣ ଘଟିଥିଲା ବେଳେ ​ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ।

Leave A Reply

Your email address will not be published.