ଦ୍ୱାଦଶ ରେଜଲ୍ଟ ନେଇ ସୁପ୍ରିମକୋର୍ଟରେ ପୁଣି ଥରେ ସତ୍ୟପାଠ ଦାଖଲ କଲା ସିବିଏସଇ

ନୂଆଦିଲ୍ଲୀ : ଦ୍ୱାଦଶ ରେଜଲ୍ଟ ନେଇ ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟରେ ପୁଣି ଥରେ ସତ୍ୟପାଠ ଦାଖଲ କରାଯାଇଛି । ପୂର୍ବ ପଦ୍ଧତିରେ ଆଉ ୨ଟି ବିନ୍ଦୁ ଯୋଡ଼ି ସିବିଏସଇ ସତ୍ୟପାଠ ଦାଖଲ କରିଛି । ତଦନୁଯାୟୀ କମ୍ପ୍ୟୁଟେସନ ନେଇ କିଛି ବିବାଦ ଥିଲେ ସମାଧାନ ପାଇଁ କମିଟି ଗଠନ କରାଯିବ । ରେଜଲ୍ଟ ପ୍ରକାଶ ପରେ କୌଣସି ପିଲା ଅସନ୍ତୁଷ୍ଟ ଥିଲେ ସେମାନେ ପରୀକ୍ଷା ଦେଇପାରିବେ । କରୋନା ପରିସ୍ଥିତି ସ୍ୱାଭାବିକ ହେଲା ପରେ ଅସନ୍ତୁଷ୍ଟ ପିଲାମାନେ ପରୀକ୍ଷା ଦେଇପାରିବେ । ଅଫଲାଇନ ପରୀକ୍ଷା ଦେବା ପାଇଁ ଅନଲାଇନରେ ରେଜିଷ୍ଟ୍ରେସନ ବ୍ୟବସ୍ଥା ହେବ । ଅଫଲାଇନରେ ପରୀକ୍ଷା ଦେଉଥିବା ପିଲାଙ୍କ ଉକ୍ତ ମାର୍କ ଚୂଡ଼ାନ୍ତ ବିବେଚିତ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.