ପ୍ରେମ ବିବାହ କୁ ନେଇ ଉତ୍ତରପ୍ରଦେଶ-ଓଡ଼ିଶା ପୋଲିସ୍ ମୁହାଁମୁହିଁ

ଭୁବନେଶ୍ୱର : ପ୍ରେମ ବିବାହକୁ ନେଇ ମୁହାଁ ମୁହିଁ ହୋଇଛନ୍ତି ଓଡ଼ିଶା ଓ ଉତ୍ତରପ୍ରଦେଶ ପୋଲିସ୍ । ସୂଚନା ଅନୂସାରେ ଉତ୍ତରପ୍ରଦେଶ ର ଜଣେ ଯୁବତୀ ଭୁବନେଶ୍ୱରରେ ଜଣେ ଯୁବକଙ୍କୁ ବିବାହ କରିଛନ୍ତି । ବିବାହ କରିବାକୁ ସେ ନିଜ ଘରୁ ଲୁଚି ପଳାଇ ଅସିଛନ୍ତି ଭୁବନେଶ୍ୱର ମାତ୍ର ପରିବାର ଲୋକଙ୍କ ପକ୍ଷରୁ ଏକ ଅପହରଣ ମାମଲା ରୁଜୁ କରାଯାଇଛି ଓ ଯୁବତୀ ଜଣଙ୍କୁ ଜୋର ଜବରଦସ୍ତ ଅପହରଣ କରାଯାଇଛି ବୋଲି ଅଭିଯୋଗ ହୋଇଛି । ଅଭିଯୋଗ ପରେ ଉତ୍ତରପ୍ରଦେଶ ପୋଲିସ୍ ଓଡ଼ିଶାରେ ପହଞ୍ଚିଛି । ଏହାପରେ ଯୁବତୀ ଜଣଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିବାକରୁ ଭୁବନେଶ୍ୱର ସିଜିଏମ୍ କୋର୍ଟରେ ତାଙ୍କର ୧୬୪ ବୟାନ୍ ରେକର୍ଡ କରାଯାଇଛି । ଯୁବତୀ ଜଣଙ୍କ ନାମ ଆକାଂକ୍ଷା ସିଂ ହୋଇଥିବା ବେଳେ ସେ ନିଜ ଇଚ୍ଛାରେ ତାଙ୍କ ପ୍ରେମିକଙ୍କୁ କୋର୍ଟ ମ୍ୟାରେଜ୍ କରିଛନ୍ତ ବୋଲି ପୋଲିସ୍ ଉପସ୍ଥିତିରେ ବୟାନ୍ ଦେଇଛନ୍ତି । ଏହାଛଡା ଯୁବତୀ ଜଣଙ୍କ ପାଲଟା ନିଜ ପରିବାର ଲୋକଙ୍କ ଦୋଷ ଦେଇ କହିଛନ୍ତି ଯେ ତାଙ୍କ ପରିବାର ଲୋକେ ଜାଣିଶୁଣି ତାଙ୍କୁ ଏବଂ ତାଙ୍କ ସ୍ୱାମୀଙ୍କୁ ହଇରାଣ କରୁଛନ୍ତି ସେ ଘରୁ ଲୁଚି ପଳାଇ ଆସିନାହାନ୍ତି ସେ ବାହା ହୋଇଛନ୍ତି । ଏବଂ ତାଙ୍କ ବୟସ ୧୮ ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବାରୁ ସେ କିମ୍ବା ତାଙ୍କ ସ୍ୱାମୀ କୌଣସି ପ୍ରକାର ଅପରାଧ କରି ନାହାନ୍ତି ।

Leave A Reply

Your email address will not be published.