ଧର୍ମ ପରିବର୍ତ୍ତନ କରୁଥିବା ବଡ଼ ଗ୍ୟାଙ୍ଗର ପର୍ଦ୍ଦାଫାଶ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ୟୁପି ଆଣ୍ଟି ଟେରୋରିଜିମ୍ ସ୍କ୍ୱାର୍ଡ଼(ଏ.ଟି.ଏସ୍) ଧର୍ମପରିବର୍ତ୍ତନ କରାଇବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି । ଏହି ଦୁଇ ଜଣଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା ଦୁଇ ହଜାରରୁ ଅଧିକ ହିନ୍ଦୁଙ୍କ ଧର୍ମପରିବର୍ତ୍ତନ କରାଇବାର ଅଭିଯୋଗ ରହିଛି । ବିଶେଷ ସୁତ୍ରରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଏଥିପାଇଁ ବିଦେଶରୁ ସେମାନଙ୍କ ନିକଟକୁ ଟଙ୍କା ଆସୁଛି । ଏହି ଦୁଇ ଜଣ ଅଭିଯୁକ୍ତ ଲୋକମାନଙ୍କୁ ଅନେକ ପ୍ରେରଣାଦାୟୀ କଥାବର୍ତ୍ତା ମାଧ୍ୟମରେ ସେମାନଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରୁଥିଲେ ।  ଉତ୍ତରପ୍ରଦେଶର ଏଡ଼ିଜି ପ୍ରଶାନ୍ତ କୁମାରଙ୍କ କହିବା ମୁତାବିକ, ଗତ ମାସେ ମଧ୍ୟରେ ୩୫୦ ଲୋକଙ୍କ ଧର୍ମ ପରିବର୍ତ୍ତନ କରାଯାଇଛି । ନୋଏଡ଼ାର ଏକ ମୁକ,ବଧିର ସ୍କୁଲରେ ମଧ୍ୟ ୧୮ ଜଣ ପିଲାଙ୍କ ଧର୍ମ ପରିବତ୍ତନ କରାଯାଇଛି । ଏ ପର୍ଯ୍ୟନ୍ତ ୧ ହଜାରରୁ ଅଧିକ ଲୋକଙ୍କ ଧର୍ମପରିବର୍ତ୍ତନ କରାସରିଲାଣି । ତେବେ ଯାହା ଜଣାପଡ଼ିଛି ଏହି ରାକେଟ୍ ଗତ ୨ ମାସ ହେବ ଅନେକ ସ୍ଥାନରେ ନିଜ କାର୍ଯ୍ୟ ଚଲାଇଛି । ଏମାନେ ଲୋକଙ୍କୁ ଡ଼ରାଇ,ଧମକାଇ ଓ ଟଙ୍କାର ଲୋଭ ଦେଖାଇ ଧର୍ମ ପରିବତ୍ତନ କରାଉଥିଲେ । ତେବେ ଗିରଫ ହୋଇଥିବା ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ମହମ୍ମଦ ଉମର ଗୌତମ ଏବଂ ମୁକ୍ତି କାଜୀ ଜାହାଙ୍ଗିର । ଏମାନେ ଦିଲ୍ଲୀର ଜାମିୟା ନଗରରେ ରୁହନ୍ତି ।  ଏମାନଙ୍କ ବିରୋଧରେ କେବଳ ଦିଲ୍ଲୀରେ ଅଭିଯୋଗ ନାହିଁ ବରଂ ସାରା ଦେଶରେ ଏମାନେ ଚେର ଲମ୍ବାଇଥିଲେ । ତେବେ ଏଟିଏସର ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି ଯେ ଏମାନେ ଅଧିକ ଗରିବ ହିନ୍ଦୁ ମାନଙ୍କୁ ନିଜ ଜାଲରେ ପକାଊଥିଲେ । ଯାହାଫଳରେ ସେମାନେ ଅତି ସହଜରେ ସେମାନଙ୍କର ଧର୍ମ ପରିବର୍ତ୍ତନ କରୁଥିଲେ ଏବଂ ଅଧିକ ମୁକ,ବଧିର ଓ ମହିଳା ମାନଙ୍କର ଧର୍ମ ପରିବର୍ତ୍ତନ କରାଇଛନ୍ତି । କେବଳ ଏତିକି ନୁହେଁ ବିଦେଶରେ କାର୍ଯ୍ୟକାରୀ ହେଉଥିବା ଏକ ମୁସଲିମ ସଙ୍ଗଠନ ଠାରୁ ମଧ୍ୟ ଟଙ୍କା ଆସୁଥିବାର ଅଭିଯୋଗ ହୋଇଛି ।

Leave A Reply

Your email address will not be published.