ଚଳିତ ବର୍ଷ ରାଜ୍ୟରେ ସ୍ୱଭାବିକ୍ ଠାରୁ ଅଧିକ ହୋଇଛି ମୌସୁମୀ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ଚଳିତ ବର୍ଷ ଭଲ ମୌସୁମି ବର୍ଷା ହୋଇଥିବା ବେଳେ ସ୍ୱଭାବିକ୍ ବର୍ଷା ଠାରୁ ୮ ପ୍ରତିଶତ ଅଧିକ ବର୍ଷା ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ୧ ଜୁନ୍ ରୁ ୨୧ ଜୁନ୍ ୨୦୨୧ ସୁଦ୍ଧା ଓଡ଼ିଶାରେ ୧୩୬.୩ ମିମି ବର୍ଷା ଅନୁଭୂତ ହୋଇଛି ଯାହା ସ୍ୱାଭାବିକ ବର୍ଷା ୧୨୬.୬ ମିମି ଠାରୁ ୮ ପ୍ରତିଶତ ଅଧିକ ରହିଛି ।  ଅନ୍ୟପଟେ ରାୟଗଡା, ଗଂଜାମ, ଗଜପତି, ନୟାଗଡ, ଯାଜପୁର, ଭଦ୍ରକ, ଏବଂ କେନ୍ଦୁଝର, ଏହି ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଅନୁଭୂତ ହେଇଛି, ଯାହା ସ୍ୱାଭିବିକ ବର୍ଷା ଠାରୁ ୨୦ ରୁ ୫୯% ଯାଏଁ କମ ରହିଛି । ୩ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡା, ଏବଂ କୋରାପୁଟ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅତ୍ୟଧିକ ଅର୍ଥାତ ୬୦% କିମ୍ବା ତା ଠାରୁ ଅଧିକ ବର୍ଷା ଅନୁଭୂତ ହେଇଛି । ୮ ଜିଲ୍ଲା କଟକ, ପୁରୀ, ଦେବଗଡ, ସମ୍ବଲପୁର, ବରଗଡ, ସୋନପୁର, ନୂଆପଡା ଏବଂ ମାଲକାନଗିରି ଠାରେ ସ୍ୱାଭାବିକ ଠାରୁ ୨୦ ରୁ ୫୯ ପ୍ରତିଶତ ଯାଏଁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଠ ୧୨ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି । ଆଜି ସୁଦ୍ଧା ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ ୨୦୩.୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଗଂଜାମ ଜିଲ୍ଲାରେ ସର୍ବନିମ୍ନ ୬୪.୨ ମିମି ବର୍ଷା ରେକର୍ଡ ହୋଇଛି ।

Leave A Reply

Your email address will not be published.