କରୋନାର ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରର ପ୍ରଭାବ କମ୍ ରହିବ

ଭୁବନେଶ୍ୱର : ରାଜ୍ୟ ସମେତ ଏବେ ପୁରା ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏବେ ଠାରୁ ଭୟ ବଢାଇଛି ସମ୍ଭାବ୍ୟ କରୋନାର ତୃତୀୟ ଲହର । ତେବେ କରୋନାର ଏହି ତୃତୀୟ ଲହରକୁ ନେଇ ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇ କହିଛନ୍ତି ଯେ ଦ୍ୱିତୀୟ ଲହର ଅପେକ୍ଷା ରାଜ୍ୟରେ ତୃତୀୟ ଲହରର ପ୍ରଭାବ କମ୍ ରହିବ । ବର୍ତମାନ ଠାରୁ ହିଁ ବିଭିନ୍ନ ଦେଶରେ କରୋନା ମହାମାରୀର ତୃତୀୟ ଲହର ଦେଖାଦେଲାଣି ଏବଂ ଏହା ଆମ ଦେଶ ପାଇଁ ମଧ୍ୟ ଭୟ ବଢାଇଛି । ଆମ ଦେଶରେ ତୃତୀୟ ଲହରର ସେତେଟା ପ୍ରଭାବ ପଡିବ ନାହିଁ ଏବଂ ସବୁଠାରୁ ବଡ଼ କଥା ହେଲା କରୋନାର ତୃୀୟ ଲହର ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଏବେ ଠାରୁ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏବେ ଠାରୁ ରାଜ୍ୟରେ ଟୀକାକରଣ କୁ ଜୋରଦାର କରାଯାଉଛି । ଏଥି ସହିତ କେନ୍ଦ୍ର ସରକାର ଯେତିକି ଟୀକା ଦେବେ ସେତିକି ଟୀକା ରାଜ୍ୟରେ ଲୋକ ମାନଙ୍କୁ ଦିଆଯିବ ବୋଲି ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.