ପ୍ରଭୁ ରାମଙ୍କ ପରେ ଯୋଗ ଉପରେ ନେପାଳର ଆଖି

ନୂଆଦିଲ୍ଲୀ : ନେପାଳରେ ପ୍ରଭୁ ରାମଙ୍କ ଜନ୍ମସ୍ଥାନ ଦାବି କରିବା ପରେ ବର୍ତ୍ତମାନ ଯୋଗ ଉପରେ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ମଧ୍ୟ ଦାବି କରିଛନ୍ତି। ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ନେପାଳର ପ୍ରଧାନମନ୍ତ୍ରୀ ଓଲି କହିଛନ୍ତି ଯେ ଯୋଗ ଭାରତରେ ନୁହେଁ ବରଂ ନେପାଳରେ ଆସିଛି। ଯୋଗ ଦିବସରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଓଲି କହିଛନ୍ତି ଯେ ଭାରତ ଏକ ରାଷ୍ଟ୍ର ଭାବରେ ସୃଷ୍ଟି ହୋଇ ନ ଥିବାରୁ ନେପାଳରେ ଯୋଗ ପ୍ରଚଳିତ ହୋଇଛି। ନେପାଳୀ ପ୍ରଧାନମନ୍ତ୍ରୀ ଓଲି କହିଛନ୍ତି, ‘ଭାରତ ଏକ ରାଷ୍ଟ୍ର ଭାବରେ ଉଭା ହେବା ପୂର୍ବରୁ ନେପାଳରେ ଯୋଗ ବହୁଳ ଥିଲା। ଯେତେବେଳେ ଯୋଗ ପ୍ରଚଳିତ ହେଲା, ସେତେବେଳେ ଭାରତ ଗଠନ ହୋଇନଥିଲା । ସେତେବେଳେ ଭାରତ ଭଳି ଦେଶ ନଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେହି ସମୟରେ ଭାରତ ଭଳି ଦେଶ ନଥିଲା, ସେତେବେଳେ କେବଳ ଅଳ୍ପ କିଛି ରାଜ୍ୟ ଥିଲେ। ସେଥିପାଇଁ ଯୋଗ ନେପାଳ କିମ୍ବା ଉତ୍ତରପ୍ରଦେଶରେ ଆରମ୍ଭ ହୋଇଥିଲା। ଏହା ଭାରତରେ ଆରମ୍ଭ ହୋଇନାହିଁ । ନେପାଳର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୋଗ ଆବିଷ୍କାର କରିଥିବା ସାଧୁମାନଙ୍କୁ ଏଥିପାଇଁ ଶ୍ରେୟ ଦିଆଯାଇ ନାହିଁ। ସେ କହିଛନ୍ତି ଯେ ତାଙ୍କ ଦେଶ ଯୋଗକୁ ସମଗ୍ର ବିଶ୍ୱକୁ ନେଇପାରିନାହିଁ, କିନ୍ତୁ ଭାରତ ଏହାକୁ ଆନ୍ତର୍ଜାତୀୟ ସ୍ତରରେ ଆଣିଛି। ଓଲି କହିଛନ୍ତି, “ଯୋଗ ଆବିଷ୍କାର କରିଥିବା ଆମର ସାଧୁମାନଙ୍କୁ ଆମେ କେବେ ଶ୍ରେୟ ଦେଇନାହୁଁ। ଆମେ ସବୁବେଳେ ପ୍ରଫେସର ଓ ସେମାନଙ୍କ ଅବଦାନ ବିଷୟରେ କଥାବାର୍ତ୍ତା କରୁଥିଲୁ। କିନ୍ତୁ ଆମେ ଯୋଗକୁ ସଠିକ୍ ଭାବରେ ଦାବି କରିପାରିଲୁ ନାହିଁ । ଆମେ ଯୋଗକୁ ସମଗ୍ର ବିଶ୍ୱକୁ ନେଇ ପାରିଲୁ ନାହିଁ। 

Leave A Reply

Your email address will not be published.