ଭିଜିଲାନ୍ସ ନିର୍ଦ୍ଦେଶକ ଭାବରେ ଯୋଗଦେଲେ ଯଶବନ୍ତ ଜେଠୱା

ଭୁବନେଶ୍ଵର :ଗତକାଲି ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ ଆଇପିଏସ ଯଶବନ୍ତ ଜେଠୱା ଭିଜିଲାନ୍ସ ନିର୍ଦ୍ଦେଶକ ଭାବରେ ଯୋଗ ଦେଇଛନ୍ତି। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ସହ ରାଜ୍ୟରେ ଦୁର୍ନୀତି ନିବାରଣ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ବରିଷ୍ଠ ଆଇପିଏସ ଦେବାଶିଷ ପାଣିଗ୍ରାହୀ କରୋନାରେ ପିଡିତ ହୋଇ ମୃତ୍ୟୁ ବରଣ କରିବା ପରେ ଏହି ପଦବି ଖାଲି ପଡିଥିଲା। ପୁର୍ବରୁ ଆଇପିଏସ ଯଶବନ୍ତ ଜେଠୱା ରାଜ୍ୟ ଆଇନ ଶୃଙ୍ଖଳା ଏଡିଜି ଦାୟିତ୍ବରେ ଥିବା ବେଳେ କରୋନା ସଚେତନ ବାର୍ତା ଏବଂ କୋଭିଡ କଟକଣା ସମୟରେ ରାଜ୍ୟରେ କିପରି ଅତ୍ଯାବଶ୍ଯକ ଔସଧର କଳାବଜାରି ନହୁଏ ଏବଂ କରୋନା ଦ୍ବିତୀୟ ଲହରି ସମୟରେ ଅଭାବି ରାଜ୍ୟରେ ଅମ୍ଳଜାନ କିପରି ତ୍ବରିତ ବେଗରେ ସ୍ଥାନାନ୍ତରିତ କରାଯିବ ଆଦି କାର୍ଯ୍ୟରେ ନିୟୋଜିତ ହୋଇ ଲୋକ ଲୋଚନକୁ ଆସିଥିଲେ।

Leave A Reply

Your email address will not be published.