ସ୍ନାନ ବେଦୀରେ ସ୍ନାନ ପରେ ମହାପ୍ରଭୁଙ୍କୁ ଜ୍ୱର, ଅଲାରନାଥ ପୀଠରେ ଅନବସର ନୀତି ପାଇଁ ୧୪୪ ଧାରା ଜାରି

ବ୍ରହ୍ମଗିରି : ଗତ କାଲି ମହାପ୍ରଭୁଙ୍କ ଦେବସ୍ନାନ ନୀତି ସମ୍ପନ ହେବା ପରେ ଆଜି ଠାରୁ ମହାପ୍ରଭୁଙ୍କୁ ଜ୍ୱର ହୋଇଛି । ୧୦୮ ଗରା ପାଣିରେ ସ୍ନାନ କରି ମହାପ୍ରଭୁଙ୍କୁ ଜ୍ୱର ହେବା ପରେ ଶ୍ରୀଜୀଉଙ୍କ ଅନବସର ନୀତି ବ୍ରହ୍ମଗିରି ଅଲାରନାଥ ପୀଠରେ ହୋଇଥାଏ । ଏହି ଅନବସର ସମୟରେ ଅଲାରନାଥ ପୀଠରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିଥାଏ । ତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଲାରନାଥ ପୀଠ ଓ ପରିସରରେ ୧୪୪ ଧାରା ଲାଗୁ କରାଯାଇଛି । ଆଜିଠାରୁ ଜୁଲାଇ ୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । କେବଳ ପାଳିଆ ସେବାୟତଙ୍କୁ ନେଇ ଆରମ୍ଭ ହୋଇଛି ଅନବସର ନୀତି । ଭୋର ୪ ଟାରୁ ଦ୍ୱାର ଫିଟିବା ପରେ ଚାଲିଛି ଶ୍ରୀଜିଉଙ୍କ ପୂଜାର୍ଚ୍ଚନା ।ପୁରାତନ ବିଶ୍ୱାସ ଅନୁଯାଇ ମହାପ୍ରଭୁଙ୍କୁ ଅଲାରନାଥ ପୀଠରେ ଅନବସର ନୀତି ସମୟରେ ଦର୍ଶନ କଲେ ମହାପୁଣ୍ୟ ଲାଭ ହୋଇଥାଏ ତେଣୁ ପ୍ରତିବର୍ଷ ଏହି ସମୟରେ ଅଲାରନାଥ ପୀଠରେ ଭକ୍ତ ସମାଗମ ହୋଇଥାଏ କିନ୍ତୁ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଖାଁ ଖାଁ ହୋଇ ପଡିଛି ବହ୍ମଗିରିର ଅଲାରନାଥ ପୀଠ ।

Leave A Reply

Your email address will not be published.