କରୋନରେ ମାଓ ନେତା ହିଡିମା ଗୁରୁତର, ତଥାପି କରୁନି ଆତ୍ମସମର୍ପଣ

କୋରାପୁଟ : କରୋନାର ଦ୍ୱିତୀୟ ଲହର ମାଓବାଦୀ ମାନଙ୍କ ପାଇଁ ବେଶ୍ ଘାତକ ସାବ୍ୟସ୍ତ ହୋଇଛି । ଗୋଟିଏ ପରେ ଗୋଟିଏ କୁଖ୍ୟାତ ମାଓବାଦୀ କରୋନା କବଳରେ କବଳିତ ହେଉଛନ୍ତି । ଏଭଳି ସ୍ଥିତିରେ ଯେମିତି ମନେ ହେଉଛି କରୋନା ମାଓବାଦୀଙ୍କ ଠାରୁ ବଦଲା ନେଉଛି । ସମାନ ଭାବରେ କୁଖ୍ୟାତ ମାଓ ନେତା ହିଡିମା କରୋନାରେ ଆକ୍ରାନ୍ତ ହୋଇଥିବା ପୂର୍ବରୁ ସୂଚନା ମଳିଥିଲା । ଏହାପରେ ପୋଲିସ୍ ସେମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଆହ୍ୱାନ ଦେବା ସତ୍ତ୍ୱେ ଏପର୍ଯ୍ୟନ୍ତି ବି ଆତ୍ମସମର୍ପଣ ନକରି ଜଙ୍ଗଲ ଭିତରେ କରୋନା ସହିତ ଲଢେଇ କରୁଛନ୍ତି ହିଡିମା ସମେତ ଆଉ କିଛି ଦୁର୍ଦାନ୍ତ ମାଓବାଦୀ । ବର୍ତମାନ ହିଡିମା କରୋନାରେ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ହେବା ସତ୍ତ୍ୱେ ବି ଏହି ଦୁର୍ଦାନ୍ତ ମାଓ ନେତା ଆତ୍ମସମର୍ପଣ କରୁନାହିଁ । କେବଳ ହିଡିମା ନୁହେଁ ହିଡିମା ସହିତ ଅନ୍ୟ ପହୁ କ୍ୟାଡରର ମାଓବାଦୀ ମାନେ ମଧ୍ୟ କରୋନାରେ ଗୁରୁତର ଥିବା ସୂଚନା ଦେଇଛନ୍ତି ଛତିଶଗଡ଼ ଦନ୍ତେୱାଡା ଏସପି ଅଭିଷେକ୍ ପଲ୍ଲବ । ଅନ୍ୟପଟେ ମାଓ ସଂଗଠନର ସୂଚନା ଅନୂଯାଇ ଏପର୍ଯ୍ୟନ୍ତ କରୋନାରେ ୭ ଜଣ ମାଓବାଦିଙ୍କ ମୃତ୍ୟୁ ହୋଇ ସାରିଛି ।

Leave A Reply

Your email address will not be published.