୯୭.୮୯ ପ୍ରତିଶତ ରେଗୁଲାର ଛାତ୍ରଛାତ୍ରୀ ପାସ୍: ସନ୍ଧ୍ୟାରେ ଓ୍ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ  । କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି ।  www.bseodisha.ac.in ରେ ମଧ୍ୟ ରେଜଲ୍ଟ ଚେକ୍ କରିପାରିବେ ଛାତ୍ରଛାତ୍ରୀ । ସନ୍ଧ୍ୟା ୬ଟାରେ ଓ୍ୱେବସାଇଟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ । ରେଜଲ୍ଟ ପୁସ୍ତିକାକୁ ଉନ୍ମୋଚନ କଲେ ଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତ ବର୍ଷ ମୋଟ ୫ଲକ୍ଷ ୬୨ ହଜାର ୧୦ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଥିବା ବେଳେ ୫ଲକ୍ଷ ୭୪ ହଜାର୧୨୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୭ହଜାର ୭୦୩ ଜଣ ଛାତ୍ରଛାତ୍ରୀ ଅସଫଳ ହୋଇଛନ୍ତି । ୪୪୧୨ ପିଲା ଅନୁପସ୍ଥିତ ଥିବାରୁ ଫେଲ୍ ହୋଇଛନ୍ତି । ସ୍କୁଲ ମାର୍କ ଦେଇନଥିବାରୁ ୨୨୫୬ ପରୀକ୍ଷାର୍ଥୀ ଫେଲ ହୋଇଛନ୍ତି । ରେଗୁଲାର ଛାତ୍ରଛାତ୍ରୀଙ୍କ ପାସ୍ ହାର ୯୭.୮୯% ରହିଛି ।  ଏକ୍ସ ରେଗୁଲାର ପିଲାଙ୍କ ପାସ୍ ହାର ୮୮.୩୩% ରହିଥିବା ବେଳେ ୫୯୪୫ ସ୍କୁଲରେ ଶତ ପ୍ରତିଶତ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି । ଯଦି ଇଣ୍ଟରନେଟ୍ ସମସ୍ୟା ଦେଖାଯାଏ, ତେବେ ଏସଏମଏସ ମାଧ୍ୟମରେ ବି ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଛାତ୍ରଛାତ୍ରୀ OR01 ସ୍ପେସ୍ ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସଏମଏସ କଲେ ଜାଣିପାରିବେ ସେମାନଙ୍କ ଫଳାଫଳ । ଦଶମ ଶ୍ରେଣୀ ବୋର୍ଡ଼ ରେଗୁଲାର ସହ ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ବି ପ୍ରକାଶ ପାଇବ । ପାଖାପାଖି ୫ ଲକ୍ଷରୁ ଅଧିକ ରେଗୁଲାର ଛାତ୍ରଛାତ୍ରୀଙ୍କ ଭାଗ୍ୟ ପ୍ରକାଶ ପାଇବ । ଦଶମ ଶ୍ରେଣୀରେ ଦେଇଥିବା ୪ଟି ଇଣ୍ଟରନାଲ ପରୀକ୍ଷାରୁ ୬୦ ପତିଶତ ନମ୍ବର ଓ ନବମ ଶ୍ରେଣୀରେ ଦେଇଥିବା ଟେଷ୍ଟ ଓ ବାର୍ଷିକ ପରୀକ୍ଷାର ୪୦ ପ୍ରତିଶତ ନମ୍ବରକୁ ଆଧାର କରି ଘୋଷଣା ହେବ ରେଜଲ୍ଟ । ଚଳିତବର୍ଷ ମହାମାରୀ କରୋନା କାରଣରୁ ଗଣଶିକ୍ଷା ବିଭାଗ ମାଟ୍ରିକ ପରୀକ୍ଷା ବାତିଲ କରିଥିଲା । ନବମ ଓ ଦଶମ ଶ୍ରେଣୀର ପରୀକ୍ଷାଫଳକୁ ନେଇ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି ।

Leave A Reply

Your email address will not be published.