ବିଟେକ୍‌ ଯୁବକଙ୍କ କଳା କାରନାମା

ରାଉରକେଲା : ବ୍ୟାଙ୍କରେ ଟଙ୍କା ଡିପୋଜିଟ କରୁ କରୁ ଲୁଟ୍‌ ବି କରୁଥିଲେ।  ନିଜ ପାସୱାର୍ଡ ସହ ନିଜ ସହକର୍ମୀଙ୍କ ପାସୱାର୍ଡ ବି ଏଥିପାଇଁ ବ୍ୟବହାର କରୁଥିଲେ। କରୋନା ମହାମାରୀ ସମୟରେ ପ୍ରାୟ ବର୍ଷେ ମଧ୍ୟରେ ଏପରି ଅଭିନବ ଉପାୟରେ ୩୪ ଲକ୍ଷ ଟଙ୍କା ଲୁଟ କରି ସାରିଛନ୍ତି ଜଣେ ହାଇଟେକ ଲୁଟେରା। ଏ ସମ୍ପର୍କରେ କେହି କିଛି ଜାଣି ପାରୁ ନଥିବା ବେଳେ ଅଡିଟ ବେଳେ ସତ ପଦାକୁ ଆସିଛି। ବିଟେକି ଡିଗ୍ରୀଧାରୀ ଏହି ଲୁଟେରା ଏବେ ପୁଲିସ୍‌ କବଜାରେ ଥିବା ବେଳେ ଘଟଣାର ଖୋଳତାଡ଼ କରାଯାଉଥିବା ଜଣାଯାଇଛି । ସୂଚନାଯୋଗ୍ୟ, ହରିଶ୍ ଚନ୍ଦ୍ର ଦାସ ନାମକ ବିଟେକ ଡିଗ୍ରୀଧାରୀ ଯୁବକ ରାଇଟର୍ସ ପ୍ରାଇଭେଟ ଲିମିଟେଡ଼ ନାମକ ଏକ କମ୍ପାନୀରେ ଚାକିରି କରିଥିଲେ। ଏହି କମ୍ପାନୀ ତରଫରୁ ହରିଶ୍ଚନ୍ଦ୍ର ରାଉରକେଲା ସେକ୍ଟର – 19 , ସେକ୍ଟର -7 , ଛେଣ୍ଡ ଥାନା ଅଞ୍ଚଳର ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ HDFC ବ୍ୟାଙ୍କରେ ଟଙ୍କା ଡିପୋଜିଟ କରୁଥିଲେ।

Leave A Reply

Your email address will not be published.