ବନ୍ଧା ହେଲା ନିଷ୍ଠୁର ସ୍ତ୍ରୀ

ଭଞ୍ଜନଗର :  ସ୍ତ୍ରୀ ପୋଛି ଦେଲା ନିଜ ମଥାର ସିନ୍ଦୂର। ପାରିବାରିକ କଳହକୁ କେନ୍ଦ୍ର କରି ନିଜ ବାପା, ମା’ଙ୍କ ସହ ମିଶି ସ୍ତ୍ରୀ ନିଜ ସ୍ୱାମୀର ମୁଣ୍ଡ, ଗଣ୍ଡି ଅଲଗା କରିବାକୁ ପଛାଇଲା ନାହିଁ। ଗତ ୨୨ ତାରିଖରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣାର ତଦନ୍ତ କରି ପୁଲିସ୍‌ ପାଇଛି ଏପରି ଚାଞ୍ଚଲ୍ୟକର ତଥ୍ୟ। ଗଂଜାମ ଜିଲ୍ଲା ସୋରଡ଼ା ପୁଷ୍ପନଗର ଋଷିକୂଲ୍ୟା ପଠାରୁ ଗତ ୨୨ ତାରିଖରେ ଏକ ମୃଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଥିଲା। ସ୍ଥାନୀୟ ଲୋକେ ଗାଧୋଇବାକୁ ଯାଇଥିବା ବେଳେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ । ହତ୍ୟାକାଣ୍ଡର କିଛି ଦିନ ପରେ ଏହା ଜଣାପଡ଼ିବା ବେଳକୁ ମୃତଦେହଟି ପଚି ଯାଇଥିଲା । ମୃତକଜଣକ ଭଗବାନ ନାୟକ ବୋଲି ସ୍ପଷ୍ଟ ହେବା ପରେ ପୁଲିସ୍‌ ଘଟଣାର ଖୋଳତାଡ଼  ଆରମ୍ଭ କରିଥିଲା। ଏହି ଘଟଣା ପଛରେ ମୃତକଙ୍କ  ସ୍ତ୍ରୀ, ଶାଶୂ ଓ ଶ୍ୱଶୂର ସାମିଲ ଥିବା ଜଣାପଡ଼ିଛି । ପାରିବାରିକ ଅଶାନ୍ତି କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ଏସ୍‌ଡିପିଓ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହା ସହିତ ହତ୍ୟାରେ ବ୍ୟବହୃତ କାତିକୁ ମଧ୍ୟ ଜବତ କରିଛି ପୁଲିସ୍‌।

Leave A Reply

Your email address will not be published.