ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ

ଓଡ଼ିଶା ସମାଚାର (ମିନତୀ ବଳ) :ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କୁ ଭୋଟବାକ୍ସର ତାଲିକା ମାଗିଲେ ନିର୍ବାଚନ କମିଶନ । ୨୬ ଜୁଲାଇ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ତ୍ରିସ୍ତରୀୟ ପଂଚାୟତିରାଜ ନିର୍ବାଚନକୁ ନିର୍ଦ୍ଧାରିତ ସମୟରେ କରିବାକୁ ସରକାର ନିଷ୍ପତ୍ତି ନିଅନ୍ତି ତେବେ ୨୦୨୨ ଆରମ୍ଭରୁ ନିର୍ବାଚନ ବାତାବରଣ ଜୋର ଧରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ, ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ଭିତିରିଆ ମାନସମନ୍ଥନ ଚାଲିଛି । ଏପରିକି ରାଜ୍ୟ ନିର୍ବାଚନ କମିଶନଙ୍କୁ ଏନେଇ ଅବଗତ କରାଇଛି ବିଭାଗ ।

Leave A Reply

Your email address will not be published.