ଉପରକୁ ବଢୁଛି ତୈଳ ଦର । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୭

ଓଡ଼ିଶା ସମାଚାର (ମିନତୀ ବଳ) : ଉପରକୁ ବଢୁଛି ତୈଳ ଦର । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୭ ଟପିଛି । ଗତ କାଲି ଉଭୟ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇବା ପରେ ଆଜି ଅର୍ଥାତ ଜୁଲାଇ ୧୬ ତାରିଖରେ ତାହା ଅପରିବର୍ତ୍ତିତ ରହିଛି । ଇଣ୍ଡିଆଲ ଅଏଲ ପକ୍ଷରୁ ଜାରି ଦର ତାଲିକା ଅନୁସାରେ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ଟ. ୧୦୧.୫୪ ଓ ଡିଜେଲ ଲିଟର ପିଛା ୮୯.୮୭ରେ ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଟ.୧୦୭.୫୪ ଓ ଡିଜେଲ ଲିଟର ପିଛା ୯୭.୪୫ରେ ବିକ୍ରି ହେଉଛି । ଦେଶର ୪ଟି ମହାନଗର ମଧ୍ୟରୁ ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ ରହିଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ଟ.୧୦୨.୩୬ ରେ ଓ ଡିଜେଲରେ ୯୭.୯୫ ବିକ୍ରିହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ. ୧୦୭.୪୩ ଓ ଡିଜେଲ ଟ ୧୦୨.୮୬ ରେ ବିକ୍ରି ହେଉଛି । ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ. ୧୦୨.୯୬ ଡିଜେଲ ଟ.୯୮.୫୫ ବିକ୍ରି ହେଉଛି । ବାଲେଶ୍ବରରେ ୧୦୨.୩୫ ଓ ଡିଜେଲ ଟ.୯୭.୯୬ରେ ବିକ୍ରି ହେଉଛି ।

Leave A Reply

Your email address will not be published.